Odisha news

ବାଇକ୍ ଦୁର୍ଘଟଣା : ଦୁଇ ଆହତ

0
ଦଶପଲ୍ଲା ୧/୩ : ଦଶପଲ୍ଲା ଥାନା ତାଲେରା ଠାରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହି ଆହାତ ହୋଇଛନ୍ତି । ଆହାତ ଦୁଇ ବାଇକ୍ ଆରୋହି ଙ୍କ ନାମ ଅଖିଳ ନାଏକ (୪୬) ଓ ନିର୍ମଳ ନାୟକ (୧୭) ବୋଲି ଜଣାପଡିଛି । ଆଖିଳ ଙ୍କ ଘର ଘୋଳାହାଣ୍ଡି ଗ୍ରାମରେ ହୋଇଥିବା ବେଳେ ନିର୍ମଳ ଙ୍କ ଘର ସରିଗଣ୍ଡା ଗ୍ରାମରେ ଓ ସେ ଜଣେ କଲେଜ ଛାତ୍ର ବୋଲି ଜଣା ପଡ଼ିଛି ।ଉଭୟ ଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଅଖିଳ ଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ଅଖିଳ ତାଙ୍କ ବାଇକ୍ ରେ ଦଶପଲ୍ଲା ଆସୁଥିବା ବେଳେ ଅପରପାର୍ଶ ରୁ ବାଇକ୍ ରେ ଆସୁଥିବା ନିର୍ମଳ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ନିର୍ମଳ ଓ ଅଖିଳ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ଦୁଇ ବାଇକ୍ କୁ ଜବତ କରିଛି ।
Leave A Reply