Odisha news

ଦଶପଲ୍ଲା ର ଐତିହାସିକ ଲଙ୍କାପୋଡି ଯାତ୍ରା କମିଟି ସହ ଜିଲ୍ଲା ପ୍ରଶାସନ ର ଆଲୋଚନା ଓ ସାମ୍ବାଦିକ ସମ୍ମିଳନୀ

0

ଦଶପଲ୍ଲା ୧/୩ : ଦଶପଲ୍ଲା ର ଐତିହାସିକ ଲଙ୍କାପୋଡି ଯାତ୍ରା ସବୁ ବର୍ଷ ପରି ଚଳିତ ବର୍ଷ ରାମ ନବମୀ ଠାରୁ ଆରମ୍ଭ ହେବ । ଚଳିତ ମାସ ୩୦ ତାରିଖ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ଏପ୍ରିଲ ମାସ ୧୨ ତାରିଖ ରେ ଶେଷ ହେବ । ଏହା ପରେ ପରେ ଦଶପଲ୍ଲା କୁଆଁରିଆ ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ଲଙ୍କାପୋଡି ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ସନ୍ଧ୍ୟା ସମୟ ରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ସହ ଲଙ୍କାପୋଡି ଯାତ୍ରା କମିଟି ର ବିସ୍ତୃତ ଆଲୋଚନା ହେବା ସହ ଲଙ୍କାପୋଡି ଯାତ୍ରା କମିଟି ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଲଙ୍କାପୋଡି ଯାତ୍ରା କମିଟି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ନୟାଗଡ ଏସ ପି ଅଲେଖ ପହି , ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ତହସିଲଦାର ଶ୍ରୀକୁମାର ରଥ , ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରିୟଦଶ୍ରୀନି , ଏନ୍ ଏ ସି କାର୍ୟାନିର୍ବାହି ଅଧିକାରୀ ବିଶ୍ବମ୍ବର ମହାପାତ୍ର , ଥାନା ଅଧିକାରୀ ବସନ୍ତ କୁମାର ସାହୁ , କମିଟି ର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ଙ୍କ ଉପସ୍ଥିତିରେ ଲଙ୍କାପୋଡ଼ି ଯାତ୍ରା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା , ବିଶେଷ ଭାବେ ପୂର୍ବରୁ ଦେବୋତ୍ତର ବିଭାଗ ପକ୍ଷରୁ ଲଙ୍କାପୋଡି ଯାତ୍ରା ପାଇଁ ଆର୍ଥିକ ସହାୟତା ସହ ସହଯୋଗ କରାଯାଉଥିବା ବେଳେ ବର୍ତ୍ତମାନ ଏଥିରେ ଅବହେଳା କରାଯାଉଥିବା କମିଟି ର ବରିଷ୍ଠ ସଦସ୍ୟ ବୈକୁଣ୍ଠ ନାଥ ପରିଡ଼ା ଅଭିଯୋଗ କରିବା ସହ ଚଳିତ ଲଙ୍କାପୋଡି ଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଅଧିକ ଅର୍ଥ ପ୍ରଦାନ ପାଇଁ ମତ ରଖିଥିଲେ । ଏ ନେଇ ଦେବୋତ୍ତର କମିଟି ସହ ଆଲୋଚନା କରାଯାଇ ଅର୍ଥ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ।

ପୂର୍ବ ପରି ଲଙ୍ଗାପୋଡ଼ି ଯାତ୍ରା ପାଇଁ ଅର୍ଥ ପ୍ରଦାନ କାରୀ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ବିଧାୟକ ପ୍ରକାଶ କରିଥିବା ବେଳେ ଦଶପଲ୍ଲା ବ୍ଲକ ର ସମସ୍ତ ପଞ୍ଚାୟତ ଉନ୍ନତି କରଣ ପାଇଁ ଥିବା ସ୍ଵତନ୍ତ୍ର ପାଣ୍ଠି ରୁ କିଛି କିଛି ଅର୍ଥ ଲଙ୍କାପୋଡି ଯାତ୍ରା କୁ ପ୍ରଦାନ ପାଇଁ ବିଧାୟକ ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

ବିଶେଷ ଭାବେ ଶାନ୍ତି ଶୃଙ୍ଖଳା ପାଇଁ ଆଲୋଚନା କରାଯାଇଥିଲା । କୌଣସି ବର୍ଷ ମୀନା ବଜାର ଓ ରାମ ଦୋଳି ପାଇଁ ପୋଲିସ ବା ପ୍ରଶାସନ ର ଅନୁମତି ନିଆ ଯାଉଥିବା ନେଇ ନୟାଗଡ ଏସ ପି ଶ୍ରୀଯୁକ୍ତ ପହି ପ୍ରକାଶ କରିଥିବା ବେଳେ ଚଳିତ ଲଙ୍କାପୋଡି ପାଇଁ ମିନାବଜାର ଓ ରାମ ଦୋଳି ପାଇଁ ପୋଲିସ ଅନୁମତି ନେବାକୁ ବାଧ୍ୟତା ମୂଳକ କରିବା କୁ ଉଭୟ ଏସପି ଓ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାସହ ଲଙ୍କାପୋଡି ଯାତ୍ରା ଦିନ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ପୋଲିସ ପ୍ରହରା ଦିଆଯିବ ବୋଲି ଏସପି ପ୍ରକାଶ କରିଥିଲେ । ପରେ ଲଙ୍କାପୋଡି ଯାତ୍ରା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଅଲେଖ ପହି ଙ୍କୁ ଛାଡି ଉପରୋକ୍ତ ସମସ୍ତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏଥିରେ ମୁଖ୍ୟତଃ ଲଙ୍କାପୋଡି ଯାତ୍ରା ର ପ୍ରଚାର ପ୍ରସାର ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଥିବାବେଳେ ପ୍ରଚାର ପ୍ରସାର କମିଟି ରେ ନିଯୁକ୍ତ ସଂଯୋଜକ କୁ ନେଇ ସାମ୍ବାଦିକ ପ୍ରମୋଦ ମହାନ୍ତି, ପ୍ରଫୁଲ୍ଲ ଦାସ ପ୍ରଶ୍ନ କରିଥିଲେ। ଏଥିରେ ଉତ୍ତର ରଖି ଯେଉଁ ସାମ୍ବାଦିକ ମାନେ ଏହି କମିଟି ରେ ରହିବା ପାଇଁ ଚାହୁଁଛନ୍ତି ସେମାନଙ୍କ ନାମ ଦେଲେ ଏହି କମିଟି ରେ ରଖାଯିବ ବୋଲି ବିଧାୟକ ତଥା କମିଟି ସଭାପତି ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏପରିକି ଲଙ୍କାପୋଡି ଯାତ୍ରା ସମୟ ରେ ସାମ୍ବାଦିକ ମାନଙ୍କୁ ସ୍ଵତନ୍ତ୍ର ପାସ ପ୍ରଦାନ ପାଇଁ ସାମ୍ବାଦିକ ପ୍ରଫୁଲ୍ଲ ପଣ୍ଡା ପ୍ରକାଶ କରିଥିବା ବେଳେ ଚଳିତ ଯାତ୍ରାରେ ଏହି ପାସ ପ୍ରଦାନ ପାଇଁ ବିଧାୟକ ପ୍ରକାଶ କରିଥିଲେ । ସର୍ବୋପରି ଚଳିତ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷ ରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

Leave A Reply