Odisha news

ମାନସିକ ଦୁଶ୍ଚିନ୍ତା ଓ ନିମ୍ନ ରକ୍ତଚାପ ନିୟନ୍ତ୍ରଣ କରେ “ଡ଼ାର୍କଚକ୍ଲେଟ୍”

0

ଚକ୍ଲେଟ୍ ନା କେବଳ ଛୋଟପିଲାଙ୍କର ପସନ୍ଦ ଏହା ଯୁବତୀ ମାନଙ୍କର ମଧ୍ୟ ଅତ୍ୟନ୍ତ ପସନ୍ଦ l ଆଜିକାଲି ଜନ୍ମ ଦିନ ସମାରୋହରେ ଚକ୍ଲେଟ୍ କୁ ଉପହାର ଭାବେ ସାମିଲୀ କରl ଗଲାଣି l ବଜାରରେ ଅତ୍ୟନ୍ତ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଆକୃତିର ଚକ୍ଲେଟ୍ ମିଳୁଥିବା ଆମେ ଦେଖିବାକୁ ପାଉଛୁ l ଏହାର ସୁଗନ୍ଧ ଓ ସ୍ୱାଦ ଅଟେ ମନ ମୁଗ୍ଧକାରି ଯେ ଆମେ ନଖାଇ ରହିପାରୁ ନାହୁଁ l ଆପଣ ଜାଣିଥିବେ ଚକ୍ଲେଟ୍ ଦେହପାଇଁ ହିତକର ନୁହେଁ ,କିନ୍ତୁ ଚକ୍ଲେଟ୍ ଦେହପାଇଁ କ୍ଷତି କାରକ ନୁହେଁ ସେ ବିଷୟରେ ଜାଣିବା l

ବଜାରରେ ମିଳୁଥିବା ଚକ୍ଲେଟ୍ ମାନଙ୍କ ମଧ୍ୟରୁ ଡାର୍କ ଚକ୍ଲେଟ୍ ସବୁଠାରୁ ଭଲ l ଏଥିରେ ଚିନିର ମାତ୍ର ଖୁବକମ ଥାଏ ଏବଂ ଦେହପାଇଁ ମଧ୍ୟ ହିତକର l

* ମାନସିକ ଦୁଶ୍ଚିନ୍ତା ଦୁରେଇ ରଖେ -ଯଦି ଆପଣ କୌଣସି ପ୍ରକାରର ମାନସିକ ଦୁଶ୍ଚିନ୍ତାରେ ଅସ୍ଥିର ହେଉଛନ୍ତି ,ତେବେ ଚକ୍ଲେଟ୍ କୁ ଆପଣଙ୍କ ସାଥି ଭାବରେ ଗ୍ରହଣ କରନ୍ତୁ l ଚକ୍ଲେଟ୍ ଆପଣଙ୍କର ମାନସିକ ଦୁଶ୍ଚିନ୍ତାକୁ କମ କରିବା ସହିତ ଆପଣଙ୍କୁ ରିଲାକ୍ସ ରଖିବା l ତେଣୁ ଚକ୍ଲେଟ୍ ଖାଇବା ଶରୀର ପାଇଁ ହିତକର l

* ନିମ୍ନ ରକ୍ତଚାପ -ଯେଉଁ ଲୋକମାନଙ୍କର ନିମ୍ନ ରକ୍ତଚାପର ସମସ୍ୟା ରହୁଛି ସେମାନଙ୍କ ପାଇଁ ଚକ୍ଲେଟ୍ ଅତ୍ୟନ୍ତ ଲାଭ ଦାୟକ l ଏହି ପ୍ରକାର ରୋଗୀ ମାନେ ଦିନକୁ ତିନି ଚାରିଥର ଚକ୍ଲେଟ୍ କୁ ଔଷଧ ଭଳି ଖାଇପାରିବେ l ଚକ୍ଲେଟ୍ ରକ୍ତଚାପକୁ ନିୟନ୍ତ୍ର କରିବା ସହିତ ଶରୀରକୁ ଆରାମ ଦେଇଥାଏ l

* କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ -ଶରୀରରେ ଥିବା ଏଲ ଡି ଏଲ କୋଲେଷ୍ଟ୍ରଲ ଯାହା ଶରୀର ପାଇଁ ଏକ କ୍ଷତିକାରକ କୋଲେଷ୍ଟ୍ରଲ ଅଟେ l ଏହି କୋଲେଷ୍ଟ୍ରଲ କୁ ଚକ୍ଲେଟ୍ ନିୟନ୍ତ୍ରଣ କରିଥାଏ ,ଓଜନ କୁ ମଧ୍ୟ କମାଇଥାଏ ଓ ଅନ୍ୟ ରୋଗକୁ ନିୟନ୍ତ୍ରଣ କରିବାକୁ ସହାୟକ ହୋଇଥାଏ l

* ମସ୍ତିଷ୍କକୁ ସୁସ୍ଥ ରଖେ -ଏକ ଅନୁଧ୍ୟାନରୁ ଜଣl ଯାଇଛି ଯେ ପ୍ରତ୍ୟକଦିନ ଦୁଇ କପ ହଟ ଚକ୍ଲେଟ୍ ଡ୍ରିଂକ୍ସ ପିଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ l କେବଳ ମସ୍ତିଷ୍କ ସୁସ୍ଥ ରୁହେ ନାହିଁ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ l ଚକ୍ଲେଟ୍ ପିଇଲେ ଶରୀରରେ ରକ୍ତ ସଂଚାଳନ ସୁଚାରୁ ରୂପେ ହୁଏ l

* ହୃଦୟ ରୋଗ -ଏକ ରିସର୍ଚ ଅନୁସାରେ ଚକ୍ଲେଟ୍ ଖାଇବା କିମ୍ବା ଚକ୍ଲେଟ୍ ଡ୍ରିଂକ୍ସ ପିଇବା ହୃଦୟ ରୋଗର ସମ୍ଭାବନାକୁ ଅଧିକାଂଶ ମାତ୍ରାରେ କମ କରିଦେଇଥାଏ ଓ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ତେଣୁ ହୃଦ ରୋଗୀମାନେ ଦିନକୁ ଦୁଇଥର ଡ଼ାର୍କ ଚକ୍ଲେଟ୍ ଖାଇବା ତାଙ୍କ ପକ୍ଷ ହିତକର l

* ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ – ଚକ୍ଲେଟ୍ ରେ ଆଣ୍ଟି ଆକ୍ସିଡେଣ୍ଟ ଭରପୁର ହୋଇ ରହିଛି l ତେଣୁ ଆମେ ଏହାକୁ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ବ୍ୟବହାର କରିପାରିବ l ବୟସ ବଢିବା ସାଙ୍ଗରେ ଚର୍ମ ଉପରେ କୁଞ୍ଚିତ ରେଖା ଦେଖାଯାଏ l ସେହି ସମୟରେ ଆମେ ଚକ୍ଲେଟ୍ କୁ ତରଲାଇ ଏକ ପ୍ୟାକ ପ୍ରସ୍ତୁତ କରି ମୁଖ ମଣ୍ଡଳରେ ଲଗାଇଲେ ଚର୍ମ ସୁସ୍ଥ ରହିବl ସହିତ କୁଞ୍ଚନ ହୁଏନାହିଁ l

Leave A Reply

Your email address will not be published.