Odisha news

କରୋନା ଡାକ୍ତରଖାନା ଖୋଲିଲା ଟ୍ରେନ୍‌ରେ : ପ୍ରତ୍ୟେକ କୋଚ୍‌ରେ ୧୬ଟି ବେଡ୍‌ ରହିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ରହିଛି

0

ନୂଆଦିଲ୍ଲୀ: ଦିଲ୍ଲୀର ଶକୁର ବସ୍ତି ଷ୍ଟେସନରେ ୧୦ଟି ରେଳ ବଗିକୁ କୋଭିଡ-୧୯ର ଆଇସୋଲେସନ ୱାର୍ଡ କରାଯାଇଛି। ବଗିରେ ଥିବା ୧୬୦ ଟି ବେଡ୍‌ ସେହି ରୋଗୀଙ୍କ ପାଇଁ ବ୍ୟବହୃତ ହେବ,ଯେଉଁମାନଙ୍କର କରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା କଲେ ପଜିଟିଭ ଥିବା ଜଣାପଡୁଛି।

ଏହାପୂର୍ବରୁ ସରକାର ୨୧୫ ରେଳ ଷ୍ଟେସନକୁ କୋଭଡ-୧୯ କେୟାର ସେଣ୍ଟର ଭାବରେ ଚିହ୍ନଟ କରିଥିଲେ, ଯାହା ସାମାନ୍ୟ କିମ୍ୱା କମ୍‌ ସାମାନ୍ୟ ଲକ୍ଷଣ ଥିବା ସନ୍ଦିଗ୍ଧମାନଙ୍କ ପାଇଁ ଏହି କ୍ୱାରେଣ୍ଟିନ୍‌ କେନ୍ଦ୍ର କରାଯାଇଥିଲା। ସେଥିମଧ୍ୟରୁ ଶକୁର ବସ୍ତି ଷ୍ଟେସନ ଅନ୍ୟତମ।

ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ କୋଚ୍‌ରେ ୧୬ଟି ବେଡ୍‌ ରହିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ରହିଛି। ଏହାସହ ଜଣେ ଡାକ୍ତର, ନର୍ସ , ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ରହିବେ। ଯଦି ଡାକ୍ତର ଦେଖିବେ ଯେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ, ତେବେ ତୁରନ୍ତ ତାଙ୍କୁ ପାଖ କୋଭଡ-୧୯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

ଦିଲ୍ଲୀରେ ୧୩୫୯ ଟି ନୂଆ କରୋନ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ରୋଗୀଙ୍କ ସଂଖ୍ୟା ୨୫ହଜାର ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ୬୫୦କୁ ବୃଦ୍ଧି ପାଇଛି।

 

Leave A Reply