Odisha news

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି ।ଏଥିରେ  ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ନେଇ ଚାଷୀଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଏହି ରଥ ଦାରିଙ୍ଗବାଡ଼ି ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତରେ ବୁଲି ଚାଷୀଙ୍କୁ ସଚେତନ କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ କନ୍ଧମାଳ ଜିଲ୍ଲାର ଧାନ,ହଳଦୀ,ମକା,ଅଦା ଭଳି ଶସ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଶସ୍ୟ ଚାଷ କରିଥିବା ଚାଷୀ ମାନେ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ନିଜର ନାମ ପଞ୍ଜିକରଣ କରିପାରିବେ । ଯେଉଁ ଚାଷୀମାନେ ନିଜର ନାମ ପଞ୍ଜିକରଣ କରିଥିବେ ସେହି ଚାଷୀଙ୍କର ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଶସ୍ୟ ନଷ୍ଟ ହୁଏ ତାହେଲେ କ୍ଷତିପୂରଣ ବାବଦକୁ ବୀମା କମ୍ପାନୀ ସମ୍ପୃକ୍ତ ଚାଷୀଙ୍କୁ ସହାୟତ ରାଶି ଯୋଗାଇ ଦେବ। ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ୟମରେ ଚାଷୀ ମାନେ ସବସିଡ ଜରିଆରେ ଉନ୍ନତ ମାନର କୃଷି ଯନ୍ତ୍ର ପାତି,କୃଷି ଶିଳ୍ପ ନିମନ୍ତେ କୃଷି ଉଦ୍ୟୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା,ସହକାରୀ କୃଷି ଅଧିକାରୀ କ୍ଷୀତିସ ବିଳାସ ବେହେରା,ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲିକ,ପ୍ରାଣୀ ଚିକିତ୍ସକ ଚିନ୍ମୟ ସାହୁ,ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.