Odisha news

୪୦ ରିଟେକ୍‌ ପରେ ବି ଡାନ୍ସ କରିପାରି ନ ଥିଲି

0

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡ଼ାଙ୍କ ଏକ ଭିଡ଼ିଓ ନିକଟରେ ଖୁବ୍‌ ଭାଇରାଲ୍‌ ହୋଇଛି । ଯେଉଁଥିରେ ସେ ତାଙ୍କର ପ୍ରଥମ ବଲିଉଡ୍‌ ଡେବୁ୍ୟ ଫିଲ୍ମ ‘ଅନ୍ଦାଜ’ ସହ ଜଡ଼ିତ କିଛି ଅଜଣା କଥା ସେୟାର୍‌ କରିଛନ୍ତି । ଅନ୍ଦାଜର ଗୋଟିଏ ରୋମାଣ୍ଟିକ୍‌ ଗୀତରେ ସୁଟିଂ କରିବା ପାଇଁ ତାଙ୍କୁ ୪୦ଥର ରିଟେକ୍‌ କରିବା ପରେ ମଧ୍ୟ ସେ ଠିକ୍‌ଭାବେ ଡାନ୍ସ କରିପାରି ନ ଥିଲେ । ଏଥିପାଇଁ କୋରିଓଗ୍ରାଫର
ରାଜୁ ଖାନ୍‌ ସମସ୍ତଙ୍କ ସାମ୍ନାରେ ପିସିଙ୍କୁ ଚାପୁଡ଼ା ମାରିଥିଲେ । ୪୦ ରିକେଟ୍‌ ପରେ ନ କରିପାରିବାରୁ ରାଜୁ ତାଙ୍କ ମାଇକ୍‌ ଫୋପାଡି ପ୍ରିୟଙ୍କାଙ୍କୁ କହିଥିଲେ- “ମିସ୍‌ ୱାଲïର୍ ହୋଇଥିବାରୁ ଭାବୁଛ ତମେ ହିରୋଇନ୍‌ ହୋଇଯିବ । ଯାଅ… ପ୍ରଥମେ ଡାନ୍ସ ଶିଖ, ପରେ ଆସିବ ।’’ ତା’ପରେ ଭାରତ ଫେରି କିଛି ଦିନ ସୁଟିଂ ଘୁଞ୍ଚିବା ପରେ କଥକ ଶିଖିଲେ ପିସି ।

Leave A Reply