Odisha news

ଦେଢ଼ଶୁରଙ୍କ ବିରୋଧରେ ହତ୍ୟା ଓ ଧର୍ଷଣ ଉଦ୍ୟମ ଅଭିଯୋଗ ଆଣିଲେ ଭାଇବୋହୂ

0

ଡେରାବିଶ :କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନେ୍ଦାଳ ଫାଣ୍ଡି ଅଧୀନ ଯଅଁରାବାରିମୂଳ ପଂଚାୟତ ଭିତରବମ୍ପୁ ଗ୍ରାମର ଦୁଇଜଣ ମହିଳା ତାଙ୍କ ଦେଢ଼ଶୁରଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଅଭିଯୋଗ ଆଣି ଚାନେ୍ଦାଳ ଫାଣ୍ଡିରେ ନ୍ୟାୟ ଓ ସୁରକ୍ଷା ପାଇଁ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ଭିତରବମ୍ପୁ ଗ୍ରାମର କବିତା ରାଣୀ ବିଟ୍ ତାଙ୍କ ପରିବାର ସହ କଟକରେ ରୁହନ୍ତି । ତାଙ୍କ ଦିଅର ଧରଣୀଧର ପରିବାର ସହ ଭିତରବମ୍ପୁ ଗ୍ରାମରେୁ ରହୁନ୍ତି । ଧରଣୀଧର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କ ସ୍ତ୍ରୀ ପ୍ରତିମା ତାଙ୍କୁ କଟକକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ଧରଣୀଧରଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତ ମାସ ୨୫ ତାରିଖରେ ମୃତୁ୍ୟ ହୋଇଯାଇଥିଲା ।

ତାଙ୍କର ଦିଅରଙ୍କର ଶବ ଶକ୍ରାର ପାଇଁ କବିତା, ତାଙ୍କ ସ୍ୱାମୀ ଶ୍ରୀଚରଣ ପ୍ରତାପ ଧରଣୀଧରଙ୍କ ସ୍ତ୍ରୀ ପ୍ରତିମା ଆମ୍ବୁଲାନ୍ସ ଯୋଗେ ଭିତରବମ୍ପୁ ଗ୍ରାମକୁ ଆଣିଥିଲେ । ସେଠାରେ ଧରଣୀଧରଙ୍କର ଶବଶକ୍ରାର ପରେ ପରେ କେନ୍ଦ୍ରାପଡ଼ାରେ ରହୁଥିବା ତାଙ୍କ ଦେଢ଼ଶୁର ରମେଶ ପ୍ରତାପ ଉଭୟ ପ୍ରତିମା ଓ କବିତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହିପରି ଚଳିତ ମାସ ୧ ତାରିଖରେ କବିତା , ତାଙ୍କ ଝିଅ ଓ ପ୍ରତିମା ଆଦି ଗୋଟିଏ ଘରେ ଶୋଇଥିବା ବେଳେ ପୁନର୍ବାର ଦେଢ଼ଶୁର ରମେଶ ତାଙ୍କ ଶୋଇବା ଘରକୁ ପସି ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଟଣା ଘୋଷରା କରିଥିବା ନେଇ ଅଭିଯୋଗ ହୋଇଛି । ପୁନର୍ବାର ୨ ତାରିଖ ମଧ୍ୟ ରାତ୍ରରେ ଦେଢ଼ଶୁର ହଠାତ ଉଭୟ ମହିଳାଙ୍କୁ ଅଶ୍ଳିଳ ଭାଷାରେ ଶୋଧାଶୋଧି କରି ମାରିବାକୁ ଉଦ୍ୟତ ହୋଇଥିଲେ । ସେହିପରି ଚଳିତ ମାସ ୫ ତାରିଖ ଦିନ ଦେଢ଼ଶୁର ରମେଶ, ତାଙ୍କ ପତ୍ନୀ ଓ ଶଳା ମିଶି ଏକ ବୋଲେରୋରେ ତାଙ୍କ ଘରେ ଥିବା ସମସ୍ତ ରାଶନ ସାମଗ୍ରୀ, ଲୁଗାପଟା ଓ ନଗଦ ୩୫ ହଜାର ଟଙ୍କା ଲୁଟିନେଇଥିବା ମଧ୍ୟ ପ୍ରତିମା ଚାନେ୍ଦାଳ ଫାଣ୍ଡିରେ ଅନ୍ୟଏକ ଏତଲା ଦେଇଛନ୍ତି ।

ଏହା ପରେ ଗତକାଲି ରାତି ୧୦ଟା ସମୟରେ ରମେଶ ତାଙ୍କ ସ୍ତ୍ରୀ, ଶଳା ରବି ଏବଂ ତାଙ୍କ ଶଢ଼ୁ ୩ିନୋଟି ବାଇକ୍ରେ ଆସି ଦୁଇ ଯାଅ ପ୍ରତିମା ଓ କବିତାଙ୍କୁ ଟଣା ଓଟରା କରି ଧର୍ଷଣ ଉଦ୍ୟମ କରିବା ସହିତ ଘରୁ ବାହାରି ଯିବା ପାଇଁ ଧମକ ଦେଇଥିଲେ । ଦୀର୍ଘ ୨୦ ଦିନ ଧରି ଦେଢ଼ଶୁରଙ୍କ ଏଭଳି ଅମାନବୀୟ କାର୍ଯ୍ୟରେ ଅତିଷ୍ଠ ହୋଇ ସେମାନଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଚାନେ୍ଦାଳ ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାସ ଏତଲା ପାଇଁ ଉଭୟ ପରିବାରଙ୍କୁ ଡକାଇ ତଦନ୍ତ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ।

Leave A Reply