Odisha news

ଗବେଷଣା କହୁଛି ପ୍ରତିଦିନ ମାତ୍ର ୩୦ ମିନିଟ ନୃତ୍ୟ କରନ୍ତୁ ଓ ପାଆନ୍ତୁ ଗୋଟିଏ ସୁସ୍ଥ ଜୀବନ

0

ଏହି ଦୁନିଆରେ ସଂଗୀତ ଓ ନୃତ୍ୟୁ ଏଭଳି ୨ଟି ଜିନିଷ ଯାହା ସମ୍ପୂର୍ଣ ପରିବେଶ ରେ ଭରିଦେଇ ଥାଆନ୍ତି ଅଜବ ସୁଖ ଓ ଆନନ୍ଦ l  ଯେଉଁଠି ସଂଗୀତ ଥାଏ ସେଇଠି ନୃତ୍ୟ ମଧ୍ୟ ଥାଏ l ଯେଉଁଠି ସଂଗୀତ ମନର ଭାବକୁ ଗୀତ ମାଧ୍ୟମରେ ପ୍ରକାଶ କରିଥାଏ ସେଇଠି ନୃତ୍ୟ ମନର ଭାବନାକୁ ଭଙ୍ଗୀ ମାଧ୍ୟମରେ ପ୍ରକାଶ କରିଥାଏ l  ଯେତେବେଳେ ଆମେ ଗୋଟିଏ ସୁନ୍ଦର ଗୀତ ଟିଏ ଶୁଣିଥାଉ ଆପେ ଆପେ ଆମ ପାଦ ନାଚି ଉଠିଥାଏ l ନିକଟରେ କିଛି ମାନସିକ ଚାପରେ ଥିବା ବ୍ୟକ୍ତିଙ୍କୁ ନେଇ ଗୋଟିଏ ଅଧ୍ୟୟନ କରାଯାଇ ଥିଲା l ସେଥିରେ ସେମାନେ ସମସ୍ତେ ପ୍ରାୟ ଅଲଗା ମାନସିକ ଚାପରେ ରହିଥିଲେ l ଅଚାନକ ଭାବରେ ଯେତେବେଳେ ତାଙ୍କ ସମୁଖରେ ଗୋଟିଏ ମ୍ୟୁଜିକ ବାଜିଥିଲା ସେମାନଙ୍କ ମୁହଁ ର ଭାବି ସାମାନ୍ୟ ପରିବର୍ତନ ହେବାର ଦେଖିବାକୁ ମିଳିଥିଲା l କେହି କେହି ଗୋଡ଼ ମଧ୍ୟ ଉଠାଇ ନୃତ୍ୟ କରିବାକୁ ଲାଗିଥିଲେ l  ଆଜି ଆସନ୍ତୁ ଜାଣିବା ନୃତ୍ୟ କରିବା ଦ୍ୱାରା ଶରୀର କୁ କେଉଁସବୁ ଲାଭ ମିଳିଥାଏ l

– ନୃତ୍ୟ କରିବାର ଚମତ୍କାର ଲାଭ –
– ମନ ରହିଥାଏ ଖୁସି –
ନୃତ୍ୟ ମାନସିକ ଚାପ ହ୍ରାସ କରିଥାଏ ଓ ଶରୀରରେ ହାପି ହର୍ମୋନ ରିଲିଜ ହୋଇଥାଏ l  ଡିପ୍ରେସନ ଦ୍ୱାରା ଗ୍ରାସିତ ବ୍ୟକ୍ତିକୁ ନୃତ୍ୟ କରିବା ପାଇଁ ଗବେଷକ ମାନେ କହି ଥାଆନ୍ତି l ଏହି ଅଧ୍ୟୟନ ରେ ଦେଖିବାକୁ ମିଳିଥିଲା ଯେ ଯେଉଁମାନେ ଡ୍ୟାନ୍ସ ଗ୍ରୁପ ଜଏନ କରିଥିଲେ ସେମାନେ ମାନସିକ ଚାପ ମୁକ୍ତ ରହିଥିଲେ l  ଏହାଛଡା ରକ୍ତଚାପ ମଧ୍ୟ ସନ୍ତୁଳନ ରହିଥାଏ ଓ ହାର୍ଟ ସୁସ୍ତ ରହିଥାଏ l  କାର୍ଯ୍ୟ କରିବା ପାଇଁ ଶକ୍ତି ସଂଚାର ହୋଇଥାଏ l

– ବଡି ବାଲାନ୍ସ ହୋଇଥାଏ –
ଜର୍ନାଲ ଅଫ ଏଜିଙ୍ଗ ଏଣ୍ଡ ଫିଜିକାଲ ଆକ୍ଟିଭିଟି ରେ ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ନୃତ୍ୟରେ ବ୍ୟବହୃତ ହେଉଥିବା କାରଣରୁ ଗୋଡ଼ ଉଭୟ ବୟସ୍କ ଓ ବୃଦ୍ଧ ମାନଙ୍କର ସନ୍ତୁଳନ ରେ ସୁଧାର ଆଣିଥାଏ l  ଯେପରି ବୟସ ବଢିବା ସହିତ ଅନେକ ଲୋକ ସନ୍ତୁଳନ ହରାଇ ପଡିଯାଇ ଥାଆନ୍ତି l  ଏପରି ସ୍ଥିତିରେ ନୃତ୍ୟ ଗୋଟିଏ ଭଲ ମାଧ୍ୟମ ଅଟେ l

– ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ –
ଦ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡ଼ିସିନ ର ଗୋଟିଏ ଖବର ଅନୁସାରେ ନୃତ୍ୟ କରିବା ଦ୍ୱାରା ଆପଣଙ୍କ ସ୍ମୃତି ଶକ୍ତି ଶକ୍ତ ହୋଇଥାଏ l  ଏହାଦ୍ୱାରା ଆପଣ ଡ଼ାଈମେନ୍ସିଆ ଠାରୁ ରକ୍ଷା ପାଇପାରିବେ l  ଏରୋବିକ ଡ୍ୟାନ୍ସ ଆପଣଙ୍କ ମସ୍ତିଷ୍କ ର ସେହି ଅଂଶ କୁ ସୁସ୍ଥ କରିଥାଏ, ଯାହା ଆପଣଙ୍କ ମେମୋରୀ କୁ ନିୟନ୍ତ୍ରଣ କରିଥାଏ l  ଏହା ପ୍ରତ୍ୟେକ ଆୟୁ ବର୍ଗଙ୍କ ପାଇଁ ହିତକର l

– ହାର୍ଟ ରହିଥାଏ ସୁସ୍ଥ – ନୃତ୍ୟ କରିବା ଦ୍ୱାରା ଆପ[ଅଂ ସୁସ୍ଥ ରହିବେ l  ଯେତେ ଦ୍ରୁତ ଗତିରେ ଆପଣ ଡ୍ୟାନ୍ସ କରିବେ ଆପଣଙ୍କ ହାର୍ଟ ବିଟ ମଧ୍ୟ ସେତିକି ଦ୍ରୁତ ଗତିରେ ବଢିଥାଏ l ଏହାଦ୍ୱାରା ହାର୍ଟ ସୁସ୍ଥ ରହିବ ସହିତ ମଜବୁତ ରହିଥାଏ l  ଗୋଟିଏ ଗବେଷଣା ଅନୁସାରେ କିଛିଟା ବ୍ୟକ୍ତି ଯିଏକି ହାର୍ଟ ସମସ୍ୟାରେ ପ୍ରଭାବିତ ରହୁଥିଲେ ସେମାନେ ନୃତ୍ୟ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସଂ,ଅସ୍ୟ ଠାରୁ ଦୁରେଇ ରହିଥିଲେ l

– ଓଜନ ହ୍ରାସ ହୋଇଥାଏ – ଯେତେ ଲୋକ ନୃତ୍ୟକୁ ଉପଭୋଗ କରି ଥାଆନ୍ତି ସେମାନଙ୍କ ପାଇଁ ନୃତ୍ୟ ଲାଭ ଦାୟକ l  ବିଶେଷ ଭାବରେ ଯେଉଁ ଲୋକମାନେ ନିଜର ଓଜନ ହ୍ରାସ କରିବାକୁ ଚାହିଁ ଥାଆନ୍ତି ସେମାନେ ନୃତ୍ୟ କୁ ଗୋଟିଏ ମାଧ୍ୟମ ଭାବରେ ଗ୍ରହଣ କରିବା ଆବଶ୍ୟକ l ନୃତ୍ୟ ଦ୍ୱାରା ଭଲ କ୍ୟାଲୋରୀ ବର୍ନ ହୋଇଥାଏ ଓଜନ ହ୍ରାସ ହୋଇଥାଏ l

Leave A Reply