ଦାନଗଦୀ,ତା୧୦.୦୧; ତ୍ରୀଜଙ୍ଗା ପଂଚାୟତ ସିଂଗାଗାଡିଆ ଗାଁରେ ଗତ କାଲି ରାତିରେ ଅଗ୍ନିକାଣ୍ଡ ଘଟିବାରୁ ନମିତା ମଣ୍ଡଲଙ୍କର ଘରଟି ସମ୍ପୁର୍ଣ ଭାବେ ଜଳିପୋଡି ପାଉଁଶ ହୋଇଛି । ଘରେ ଥିବା ନଗଦ ୨୦ ହଜାର ଟଙ୍କା, ଚାଉଳ, ସୁନା, ରୂପା, ଟିଭି, ଫ୍ରିଜ, ପିନ୍ଧିବା ବସ୍ତ୍ର ଓ ଆସବାବପତ୍ର ଆଦି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଗତକାଲି ନମିତା ସହ ପରିବାର ଲୋକେ ଖାଇ ପିଇ ଘର ଭିତରେ ଶୋଇଥିବାବେଳେ ରାତି ପ୍ରାୟ ଗୋଟାଏ ବେଳେ ହଠାତ୍ ନିଆଁ ହୁଳା ସବୁ ତାଙ୍କ ଉପରେ ପଡିଥିଲା ।
ଯାହାଫଳରେ ନମିତା ଭୟଭିତ ହୋଇ ହାଉଳି ଖାଇ ନିଜ ପିଲା ଓ ସ୍ୱାମୀଙ୍କୁ ଉଠାଇ ଘର ବାହାରକୁ ପଳାଇ ଆଶିଥିଲେ ଏବଂ ଘରେ ନିଆଁ ଜଳୁଥିବାର ଦେଖି ଚିକ୍ତାର କରି ଗାଁ ଲୋକଙ୍କୁ ଡାକିଥିଲେ । ପାଟି ଶୁଣି ଗାଁ ଲୋକେ ସେଠାରେ ପହଁଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଳଫ ହେବାରୁ ନିକଟସ୍ଥ ଦମକଳ ବାହିନୀକୁ ଫୋନ୍କଲ୍ କରିଥିଲେ । ଦମକଳ ବାହିନୀ ପହଁଚି ନିଆଁକୁ ।ାୟତ କରିଥିଲେ କିନ୍ତୁ ସେତେବେଳକୁ ନମିତାଙ୍କ ଘରଟି ସମ୍ପୁର୍ଣ ଜଳିଯାଇଥିଲା । ଖବର ପାଇ ଦାନଗଦୀ ଆରଆଇ ଫୁଲବତୀ ମୁର୍ମୁ ଓ ତ୍ରୀଜଙ୍ଗା ସରପଂଚ କାହ୍ନୁଚରଣ ଦାସ ଘଟଣାସ୍ଥଳରେ ପହଁଚି ନମିତାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।