ଦାନଗଦି, ତା ୮/୧ : ଦାନଗଦି ବ୍ଲକ ନିକଟସ୍ତ ସୋଲେଇ ଗାଁର ରାଜେନ୍ଦ୍ର ମହାରଣାଙ୍କ ଘରେ ଆଜି ହଟାତ ଅଗ୍ନିକାଣ୍ଡ ଘଟିବାରୁ ୩ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଛି l ଘରେ ଥିବା ଧାନ, ଚାଉଳ, ଟଙ୍କା, ପୋଷାକ ଆଦି ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି l ଘରେ କେହି ନ ଥିବା ସମୟରେ ଏଭଳି କାଣ୍ଡ ଘଟିଛି l ଏ ସମ୍ପର୍କରେ ଦାନଗଦି ଦମକଳବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ସେତେବେଳକୁ ରାଜେନ୍ଦ୍ରଙ୍କ ୩ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା l ତେବେ ନିଆଁ ଲାଗିବାର ଲାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏ ଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ତେଣୁ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l