ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପି ହେଉଥିବା ହରତାଳ ଡାକରାକୁ ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ପ୍ରତିବାଦ
ଦାନଗଦୀ : ଆଜି ବୁଧବାର ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦେଶ ବ୍ୟାପି ହେଉଥିବା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ଜିନ୍ଦଲ ଷ୍ଟେନଲେସ ଠିକା ଶ୍ରମିକ ସଂଘ ତରଫରୁ ଜିନ୍ଦଲ ମୁଖ୍ୟ ଫାଟକ ସମ୍ମୁଖରେ ,ମେସ୍କୋ ଷ୍ଟିଲ ୱାକର୍ସ ୟୁନିୟନ ପକ୍ଷରୁ ମେସ୍କୋ କାରଖାନା ଗେଟ ସମ୍ମୁଖରେ ଏବଂ ସୁକିନ୍ଦା ରୋଡ ମିନେରାଲ ଲୋଡିଂ ଆଣ୍ଡ ଅନ ଲୋଡିଂ ଲେବର ୟୁନିୟନ ପକ୍ଷରୁ ମାନପୁର ଛକଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରତିବାଦ ଦିବସ ପାଳନ କରାଯାଇଛି ।
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ପଦକ୍ଷେପ ଏବଂ ଗତ ଜୁନ୍ ୪ ତାରିଖରେ ଲୋକସଭା ଏବଂ ରାଜ୍ୟସଭାରେ ଆଲୋଚନା ନକରି ଅଧ୍ୟାଦେଶ ଜରିଆରେ କୃଷକ ବିଲ ୨୦୨୦ରେ ଅଗଣତାଂତ୍ରିକ ଭାବେ ପାରିତ କରିବା ଏବଂ ୪୪ ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ୪ ଗୋଟି କାର୍ଡରେ କାର୍ଯ୍ୟକାରୀ କରିବା ,ପ୍ରବାସୀ ଶ୍ରମିକମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ନଦେବା,ଅନ୍ୟାୟଭାବେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ବିଶେଷକରି ରେଳ ବିଭାଗ,ଦୂରସଂଚାର,ସେନାବାହିନୀ,ବ୍ୟାଙ୍କ ବୀମା,କୋଇଲା ଖଣିଗୁଡିକୁ ଘରୋଇକରଣ କରିବା,୮ ଘଂଟା ପରିବର୍ତେ ୧୨ ଘଂଟା କାର୍ଯ୍ୟ ସମୟ ର୍ନିଘଣ୍ଟ କରିବାକୁ ନେଇ ରାଜ୍ୟ ତମାମ୍ ଏହାକୁ ବିରୋଧ କରିବା ସହିତ କଳିଙ୍ଗନଗର ଶିଳ୍ପାଚଂଳର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ଏବଂ ବେସରକାରୀ କାରଖାନା ମେସ୍କା ଷ୍ଟିଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିନେଇ ଯାଜପୁରର ବିଭିନ୍ନ ସ୍ଥାନରେ ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ପ୍ରତିବାଦମାନ ଅୟୋଜିତ ହୋଇଥିଲା ।
ଏହି ପ୍ରତିବାଦ ସଭାରେ ଆଇ.ଏନ୍.ଟି.ୟୁ.ସି. ପକ୍ଷରୁ ଯାଜପୁର ଜିଲ୍ଳା ସଭାପତି ବିଦ୍ୟାଧର ମହାନ୍ତି ,ଜିଲ୍ଲା ସହ-ସମ୍ପାଦକ ପରମାନନ୍ଦ ସେଠୀ,ମେସ୍କୋ ଷ୍ଟିଲ ୱାକର୍ସ ୟୁନିୟନ ଉପ-ସଭାପତି ସେକ୍ ସବୀର,ଅଭିମନ୍ୟୁ ପାତ୍ର,ମୁନେଶ୍ୱର ନାୟକ,ରତ୍ନାକର ପାତ୍ର,ଲକ୍ଷ୍ମୀଧର ପାତ୍ର,ନିତ୍ୟାନନ୍ଦ ନାୟକ,ରଂଜନ ପାତ୍ର,ବୋଧୀରାମ ନାୟକ,ଦର୍ଶନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।