Odisha news

ଜିଲ୍ଲା ଖଣିଜନ୍ୟାସ ପାଂଠିରେ କଳିଙ୍ଗନଗର ପଡିଆର ହେବ ଉନ୍ନତିକରଣ ; ଭିତିଭୂମିର ଅନୁଧ୍ୟାନ କଲେ କଟକ ଡିଏଫ୍ଓ

0

ଦାନଗଦୀ : କଳିଙ୍ଗନଗର ଶିଳ୍ପାଚଂଳ ତେଲିବାହାଳି ଠାରେ ଥିବା କଳିଙ୍ଗନଗର ମହୋସ୍ôବ ପଡିଆର ଖୁବ ଶିଘ୍ର ଆରମ୍ଭ ହେବ ନବ କଳେବର । ଏହି ପଡିଆର ଉନ୍ନତିକରଣ ପାଇଁ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ତପ୍ତରତା ଦେଖାଦେଇଛି । ଦିର୍ଘ ଦେଢବର୍ଷ ପରେ ଗତ ୨୪ ତାରୀଖରେ ସୁକିନ୍ଦା ବିଧାୟକ କଟକ ଡିଏଫଓଙ୍କ କାର୍ଯ୍ୟାଳୟ ଠାରେ ପହଁଚି କାହିଁକି ଏହାର ବିଳମ୍ଭ ଘଟିଛି ସେ ନେଇ ଆଲୋଚନା କରିଥିଲେ । ଯାହାଫଳରେ ଆଜି କଟକ ଡିଏଫ୍ଓ ସୁଦର୍ଶନ ପାତ୍ରଙ୍କ ସହ ଏକ ଟିମ ମହୋସ୍ôବ ପଡିଆଠାରେ ପହଁଚି ଭିତିଭୂମିର ଅନୁଧ୍ୟାନ କରିଛନ୍ତି ।

୨୦୧୮ ମସିହାରେ ଏହି ମହୋସ୍ôବ ପଡିଆ ଠାରେ ଜିଲ୍ଲା ଖଣିଜନ୍ୟାସ ପାଣ୍ଠି ଅର୍ଥରେ ବନୀକରଣ,ଜୈବିକ ପାର୍କ ଓ ପଡିଆର ସୈାନ୍ଦର୍ଯ୍ୟକରଣ ନିମନ୍ତେ କେନ୍ଦ୍ରାଚଂଳ ଆରଡିସି,କଟକ ଡିଏଫଓ ଏବଂ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତି କରିଥିଲେ । କିନ୍ତୁ ଯୋଜନା କେବଳ କାଗଜ କଲମରେ ଅଟକି ଥିଲା । ମୋଟ ୧୦୧ ଏକର ଜମିରେ ଏହି ସୈାନ୍ଦ୍ୟର୍ଯ୍ୟକରଣ କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ କରାଯିବ ବୋଲି ଡିଏଫଓ ଶ୍ରୀ ପାତ୍ର କହିଛନ୍ତି । ଡିଏଫଓଙ୍କ ସହିତ କଟକ ଜଙ୍ଗଲ ଉପସଂରକ୍ଷକ ସୈାଭାଗ୍ୟ ରଞନ ସାହୁ,ଟମକା ବନ ଖଣ୍ଡ ଅଧିକାରୀ ଘନଶ୍ୟାମ ମୁଦୁଲି ଓ ରେଞର ନିଲିମା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply