Odisha news

ବାରିପଦାରୁ ପ୍ରଥମ କରି ଗଜାନନ୍, ଦାସ ଏଣ୍ଡ ଦାସ ଓ ଦାଦିମା ବସ ଭୁବନେଶ୍ୱର ଗଡିଲା

0

ବାରିପଦା : ଦୀର୍ଘ ଦୁଇମାସର ଲାକ୍ଡାଉନ୍ ପରେ ରାଜ୍ୟ ସରକାର ଓ ଘରୋଇ ବସ ମାଲିକଙ୍କ ଅନୁମତି କ୍ରମେ ଗୁରୁବାର ଠାରୁ ବସ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାରିପଦା ବସଷ୍ଟାଣ୍ଡରୁ ଶୁକ୍ରୁବାର ପ୍ରଥମ କରି ଘରୋଇ ବସ ଚଳାଚଳ ଆରମ୍ଭ ହୋଇଛି । ଶୁକ୍ରୁବାର ଗଜାନନ୍, ଦାସ ଏଣ୍ଡ ଦାସ ଓ ଦାଦିମା ଘରୋଇ ବସ ଅତି ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି । ତେବେ ବସ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି ବାରିପଦା ବସଷ୍ଟାଣ୍ଡରୁ ଶୁକ୍ରୁବାର କେବଳ ଭୁବନେଶ୍ୱର ଅଭିମୁଖେ ୩ଟି ବସ ଯାତ୍ରୀ ନେଇ ଯାଇଥିବାବେଳେ ରାଜ୍ୟର ଅନ୍ୟସ୍ଥାନକୁ ବସ ଗଡି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ବସ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଜରୁରୀ ବୋଲି ବସ ଡ୍ରାଇଭର କହିଛନ୍ତି । ଅପରପକ୍ଷରେ ଏହି ତିନୋଟି ବସରେ ଯଥାକ୍ରମେ ଦୁଇଟି ବସରେ ୭ଜଣ ଲେଖାଏଁ ଯାତ୍ରୀ ଓ ଗୋଟିଏ ବସରେ ମାତ୍ର ତିନିଜଣ ଯାତ୍ରୀ ଯାତ୍ରା କରିବାକୁ ନେଇ ବସମାଲିକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Nalco

Leave A Reply