Odisha news

ସାପକାମୁଡାରେ ଦୁଇଭଉଣୀଙ୍କ ମୃତୁ୍ୟ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତର ନୂଆ ଗାଁ ଅଞ୍ଚଳରେ ଏକ ବିଶାକ୍ତ ସାପ କାମୁଡାରେ ଦୁଇ ଭଉଣୀଙ୍କ ମୃତୁ୍ୟ ହେବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ନୂଆ ଗାଁ ଅଞ୍ଚଳର ନନ୍ଦିତା ନାୟକ(୧୧) ଓ ରୋଜି ନାୟକ(୧୦) ତାଙ୍କ ଅଜାଘର ବଡଦନାମରାକୁ ବୁଲିବାକୁ ଯାଇଥିଲେ । ରାତିରେ ଘରେ ଶୋଇଥିବା ବେଳେ ଦୁଇ ଭଉଣୀଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା ।

ପ୍ରଥମେ ଗୁରୁତର ଦୁଇଭଉଣୀଙ୍କୁ ରଙ୍ଗାମାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ଏଠାରେ ଚିକିସôା ସମୟରେ ଦୁଇଭଉଣୀଙ୍କ ମୃତୁ୍ୟ ହୋଇଯାଇଥିଲା । ମୃତକ ଦୁଇଭଉଣୀ ହେଲେ ଜଣେ ବଡମା ଝିଅ ଓ ଅନ୍ୟ ଜଣେ ମାଉସୀ ଝିଅ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଶବ ଦୁଇଟିକୁ ଜବତ କରି ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରିଥିବାବେଳେ ଥାନାରେ ୧୩/୨୦ ଓ ୧୪/୨୦ରେ ଦୁଇଟି ପୃଥକ ପୃଥକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।

Leave A Reply