Odisha news

ବିଭିନ୍ନ ଆର୍ଥୀକ ସଂସ୍ଥା ପକ୍ଷରୁ ବେଆଇନ ଅର୍ଥ ଆଦାୟ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳାସମିତି

0

ବାରିପଦା  : ବାରିପଦା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ମହିଳା ସମିତି ସଦସ୍ୟ ମାନେ ଏକତି୍ରତ ହୋଇ ଆର୍ଥୀକ ସଂସ୍ଥାମାନଙ୍କ ଦ୍ୱାରା ବେଆଇନ ଆଦାୟ ସମ୍ପର୍କରେ ପ୍ରତିବାଦ କରିଥିଲେ । ମହିଳା ସଦସ୍ୟ ମାନେ ଯୁକ୍ତିବାଢିଥିଲେ ଯେ, କରୋନାକୁ ଦେଖି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଚାଲିଥିବାବେଳେ ଏବେ ସେମାନେ ବିଭିନ୍ନ ଆର୍ଥୀକ ଅନାଟନ ଦେଇ ଗତି କରୁଛନ୍ତି । ସରକାରଙ୍କ ନିତୀ ଅନୁଯାୟୀ ବିଭିନ୍ନ ବ୍ୟାଙ୍କ ଓ ଆର୍ଥୀକ ସଂସ୍ଥାମାନଙ୍କ ଠାରୁ ରୋଜଗାର ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆର୍ଥୀକ ସହାୟତା ନେଇଥିଲେ ଏବଂ ଠିକ୍ ସମୟରେ ମଧ୍ୟ ଋଣ ପୈଠ କରୁଥିଲେ ।

ମାତ୍ର ସାରାଭାରତରେ ଲକ୍ଡାଉନ୍ ଯୋଗୁଁ ସେମାନେ ରୋଜଗାର ଶୂନ୍ୟ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟସରକାର ମଧ୍ୟ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବ୍ୟାଙ୍କ ଓ ଆର୍ଥୀକ ଅନୁଷ୍ଠାନ ଗୁଡିକୁ ଋଣ ଆଦାୟରେ କୋହଳ ପ୍ରଦର୍ଶନ ପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଋଣ ଦେଇଥିବା ଆର୍ଥୀକ ସଂସ୍ଥା ଗୁଡିକ ଋଣ ଆଦାୟ ପାଇଁ ଚାପ ପକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେଣୁ କରୋନାକୁ ଦେଖି ଆର୍ଥୀକ ସଂସ୍ଥା ଓ ବ୍ୟାଙ୍କ ଗୁଡିକ ଏବେ ଋଣ ଛାଡ କରିବା ସହ ତିନିମାସ ସମୟ ଦେବା ପାଇଁ ମହିଳାମାନେ ନିବେଦନ କରିଛନ୍ତି ।

ଏହି ଅବସରରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସ୍ରଧାଦେବ ସିଂଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳା ପ୍ରତିନିଧିଦଳକୁ ଅତିରିକ୍ତ ଜିଲ୍ଲାପାଳ ଏସମ୍ବନ୍ଧରେ ତର୍ଜମା କରି ବ୍ୟାଙ୍କ ମାନଙ୍କ ସହ ଆଲୋଚନା କରି ଦାବି ସମ୍ବନ୍ଧରେ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅପରପକ୍ଷରେ ଦାବିପୂରଣ ନହେଲେ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ମହିଳାନେତ୍ରୀ ସମ୍ପା ମଜୁମଦାର, ନମିତା ଚାନ୍ଦ, ହେମବତୀ ସାହୁ, ଫରୀଦା ବେଗମ୍, ଅନୁପମା ଦଳେଇ ଓ ପ୍ରଣତି ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave A Reply