Odisha news

ରକ୍ତଦାନ ଭଳି ପୁଣ୍ୟ କାର୍ଯ୍ୟ କଲେ ଭଗବାନଙ୍କ ଆର୍ଶୀବାଦ ମିଳିଥାଏ : ମନ୍ତ୍ରୀ ରଘୁନନ୍ଦନ

0

ଜଗତସିଂହପୁର :ନବୀନ ସରକାରଙ୍କ ୫ମ ପାଳିର ଏକ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଅନନ୍ତପୁର ଭୁଆସୁଣୀ ଦୋଳ ମେଲଣ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ରାଜ୍ୟ ଜଳ ସଂପଦ,ସୁଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଶୁଭେଚ୍ଛୁ ଓ କର୍ମୀମାନେ ରକ୍ତ ଦାନ କରି ଅନ୍ୟ ଏକ ଜୀବନ ବଞ୍ଚାଇଥାନ୍ତି ବୋଲି ମନ୍ତ୍ରୀ କହିଥିଲେ ।ରକ୍ତଦାନ ଭଳି ପୁଣ୍ୟ କାର୍ଯ୍ୟ କଲେ ଭଗବାନଙ୍କ ଆର୍ଶୀବାଦ ମିଳିଥାଏ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ଦୁରତା ରକ୍ଷା କର.ମାସ୍କ ପରିଧାନ କରି ୨୦୦ରୁ ଉର୍ଦ୍ଧ ରକ୍ତଦାତା ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରୀୟଦର୍ଶୀନୀ ବିଶ୍ୱାଳ,ରାଜ୍ୟ ସଂଯୋଜକ ବିଜୟ ନାୟକ,ଜିଲ୍ଲା ସଂ୍ୋଜକ ମଧୁସୁଦନ ସାହୁ,ବିଜେଡି ସାଦାରଣ ସଂପାଦକ ଶାରଦା ପ୍ରସନ୍ନ ଜେନା,ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାହୁ,ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ,ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମହାନ୍ତି,ମାନସ ରଞ୍ଜନ ମଲ୍ଲିକ,ସମିତି ସଭ୍ୟ ସୌମ୍ୟ ରଞ୍ଜନ ମହାପାତ୍ର,ରମେଶ ଚନ୍ଦ୍ର ପଲେଇ,ସରପଞ୍ଚ ମମତା ମଞ୍ଜରୀ ହାତୀ,ଯୁବ ନେତା ସୁକାନ୍ତ ଦାସ,ଆଇନଜିବୀ ପ୍ରକାଶ ପ୍ରଧାନ,ବାସୁଦେବ ନାୟକ,ଅଜୟ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।ଏହି ରକ୍ତଦାନ ଶିବିରକୁ ଜଗତସିଂହପୁର ଓ କଟକ ରେଡକ୍ରସ ୟୁନିଟ ଅଶଂଗ୍ରହଣ କରିଥିଲା ।

Nalco

Leave A Reply