ରାଜଗାଙ୍ଗପୁର : ଗତ କାଲି ରାତ୍ରିରେ ବାବୁଡ଼ିହି ନିକଟ ସିଆରଟୋଲିର କିଛି ଗ୍ରାମବାସୀ ଲାଞ୍ଜିବେର୍ଣl ମାଇନ୍ସ ରୁ ରାଜଗାଙ୍ଗପୁର ସିମେଣ୍ଟ କାରଖାନାକୁ ଯାଉଥିବା କନଭେର ବେଲ୍ଟ କୁ କାଟିଦେଇଥିଲେ ଯାହା ଫଳରେ କାରଖାନାକୁ ଯାଉଥିବା ଚୁନ ପଥର ପରିବହନ ବନ୍ଦ ହୋଇଥିଲା। କମ୍ପାନୀ ପକ୍ଷରୁ ଶ୍ରମିକ ମରାମତି କରିବା ପାଇଁ ଉକ୍ତ ସ୍ଥାନ କୁ ଯିବାପରେ ସିଆରଟୋଲି ଗ୍ରାମ ବାସୀ ସେଠାରେ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ ।
ମରାମତି କାର୍ଯ୍ୟ କରିବା ପାଇଁ ଆସିଥିବା କର୍ମଚାରୀ ଉକ୍ତ ଘଟଣା କମ୍ପାନୀ କର୍ତ୍ତୃପକ୍ଷକୁ ଜଣାଇବା ପରେ ମାଇନ୍ସ ମୁଖ୍ୟ ସରୋଜ କୁମାର ରାଉତ ଓ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅଜିତ ପାଇରା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ପାଇଁ ଗ୍ରାମବାସୀଙ୍କୁ ଡକାଇଲେ l ଆଲୋଚନା ବଦଳରେ ସିଆରଟୋଲିର ପାଖl ପାଖି ୨୫ ଗ୍ରାମବାସୀ ବିଭିନ୍ନ ମାରଣାସ୍ତ୍ର ଧରି ମରଣାତ୍ମକ ଆକ୍ରମଣ କରି ଦୁଇ ଅଫିସରଙ୍କୁ ଲହୁ ଲୁହାଣ କରି ଦେଇଥିଲେ l ଘଟଣାସ୍ଥଳରେ କିଛି ସୁରକ୍ଷା କର୍ମୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇ ଆସି ଆଂଶୁ ଚିକିତ୍ସା ପରେ ଡାକ୍ତର ଏମାନଙ୍କ ପରିସ୍ଥିତ ଦେଖୀ ତୁରନ୍ତ ରାଉରକେଲା ସ୍ଥାନାନ୍ତର କରିଥିଲେ l ଏହି ଖବର ଜଣା ପଡିବା ପରେ କାରଖାନାର ଅଫିସର ସହ କର୍ମଚାରୀ ପହଞ୍ଚି ଯାଇଥିଲେ। ପ୍ରଶାସନ ପକ୍ଷକୁ ସୂଚନା ମିଳିବାପରେ ପୋଲିସ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ଏବଂ ଏହି ଘଟଣାକୁ ନେଇ ଉତେଜନା ଦେଖା ଦେଇଛି।
କିଛି ଅସମାଜିକ ବ୍ୟକ୍ତି କମ୍ପାନୀର କନଭେର ବେଲ୍ଟ କୁ କାଟି କମ୍ପାନୀର କଞ୍ଚା ମାଲ ପରିବହନରେ ବାଧା ସୃଷ୍ଟି କରିଆସୁଛନ୍ତି l ଗତ କିଛି ଦିନ ଧରି ସେମାନେ କମ୍ପାନୀ କର୍ମଚାରୀଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛନ୍ତି। ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ସେମାନେ କିଛିଦିନ ଶାନ୍ତ ରହିବl ପରେ ପୁଣି ଥରେ ଆଜି କମ୍ପାନୀ କର୍ମଚାରୀଙ୍କ ଉପରେ ଏହି ଆକ୍ରମଣ କରିଛନ୍ତି l କମ୍ପାନୀ ତରଫରୁ ଏଫ.ଆଇ.ଆର ଦାଏର କରାଯିବl ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଖୋଜୁ ଥିବାର ଖବର ଶୁଣିବାକୁ ମିଳିଛି ।
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା ଲାଞ୍ଜିବେର୍ଣା ଚୂନ ପଥର ଖଣି ଅଧିକାରୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ କୁ ଘୋର ନିନ୍ଦା କରିଛନ୍ତି ଓ କହିଛନ୍ତି ଯେ ଆମେ ସର୍ବଦା କଥା ବାର୍ତା ମାଧ୍ୟମରେ ସମସ୍ତ ସମସ୍ୟା କୁ ସମାଧାନ କରିବାପାଇଁ ଚେଷ୍ଟିତ କିନ୍ତୁ ଲୋକମାନେ କଥାବାର୍ତା ନ କରି ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବା ଅତ୍ୟନ୍ତ ନିନ୍ଦନୀୟ l ଏହା କେବଳ ଜିଲ୍ଲାରେ ନୁହେ ରାଜ୍ୟରେ ହେବାକୁ ଥିବା ନିବେଶ ବାତାବରଣକୁ ସଂକଟରେ ପକାଇବ l ଶାନ୍ତି ପ୍ରିୟ ଗ୍ରାମବାସୀଙ୍କୁ ଅନୁରୋଧ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଆଗକୁ ଆସି ଅଂଚଳର ଉନ୍ନତି ରେ ସହଭାଗୀ ହୁଅନ୍ତୁ l ଆମର ବିଶ୍ୱାସ ପ୍ରଶାସନ ଏହି ଘଟଣାରେ କଠୋର ପଦକ୍ଷେପ ଗ୍ରହଣ କରିବ l
