Odisha news

ବାଇକ ଦୃର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ : ଡାକ୍ତର ଅଭାବ ଯୋଗୁଁ କେନ୍ଦୁଝର ନିଆଗଲା

0

ତେଲକୋଇ-ତେଲକୋଇ ଥାନା ଅନ୍ତର୍ଗତ ଦେଉଳଡିହା ଗ୍ରାମରେ ବାଇକ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ପେଚି ବିନ୍ଧାଣି(୬୫) । ମହିଳା ଜଣଙ୍କ ଗାଁ ଦାଣ୍ଡ  କୁ ପାର ହେବାପାଇଁ ଚେଷ୍ଟା କରୁଥିବା ବେଳେ ଦୃତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ।ଫଳରେ ତାଙ୍କର ମୁଣ୍ଡର ପଛ ପାଖ ଏବଂ ଗୋଡରେ ଶକ୍ତ ଆଘାତ ହୋଇଥିଲା ।

ଘଟଣାଟି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ବେଳେ ବାଇକ ଆରୋହି ଯୁବକ ଜଣଙ୍କ ଗାଁ ଲୋକ ହୋଇ ଥିବାରୁ ଗୁରୁତର ମହିଳା ଙ୍କୁ  ଗ୍ରାମରୁ କିଛି ମେଡ଼ିସିନ  ଦେଇ ପ୍ରାଥମିକ ଚିକିତ୍ସା କରାଇ ଭଲ ହୋଇଯିବ ବୋଲି ମହିଳା ଙ୍କ ପରିବାର କୁ କହିଥିଲେ ।କିନ୍ତ ମହିଳା ଙ୍କ ମୁଣ୍ଡର ପଛ ପାଖ ଗଭୀର ଭାବରେ ଆଘାତ ହୋଇଥିବା ଫଳରେ ଆଜି ଶନିବାର ସକାଳୁ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି ।

ଏନେଇ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହୋଇଛି ।ତାଙ୍କର ପୋଷ୍ଟବଟମ ପାଇଁ ପରିବାର ଲୋକେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ଏଠାରେ ଡାକ୍ତର ଅଭାବ ଯୋଗୁଁ  କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଯାଇଥିଲା।ପୋଲିସ ପକ୍ଷରୁ କେସ ନଂ ୧୫୩/୨୦ରେ ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Nalco
Leave A Reply