Odisha news

ଡାଲି ପାଣିରେ ରହିଛି ଅନେକ ପୋଷାକ ତତ୍ୱ : ଓଜନ କମାଇବାରୁ ନେଇ କରିଥାଏ ଇମ୍ୟୁନିଟି କୁ ବୁଷ୍ଟ

ଯେଉଁ ବ୍ୟକ୍ତିମାନେ ଡାଲି ଖାଇବାକୁ ଇଛା କରୁ ନାହାନ୍ତି ନିଜ ଖାଦ୍ୟରେ ସାମିଲ କରି ପାରିବେ ଡାଲି ପାଣି l ଏଥିରେ ରହିଛି ଏପରି ତତ୍ୱ ଯେଉଁ କାରଣରୁ ଡାକ୍ତରମାନେ ଶିଶୁକୁ ପ୍ରଥମେ ଡାଲି ପାଣି ଦେବାପାଇଁ ପରାମର୍ଶ ଦେଇ ଥାଆନ୍ତି l ଡାଲି ପାଣିରେ ପ୍ରୋଟିନ , ଫସଫରସ , କାର୍ବୋ ହାଇଡ୍ରେତ ,କ୍ୟାଲସିୟମ ,କପର , ଜିଙ୍କ ,ପୋଟାସିୟମ , ସୋଡିୟମ ,ମଗ୍ନେଶୀୟମ ,ଡାଇଟାରି ଫାଇବର ,ଫୋଲେଟ ଓ ଭିଟାମିନ ମିଳିଥାଏ l ଡାଲି ରେ ଗ୍ଲିସେମିକ ଇଣ୍ଡେକ୍ସ ମଧ୍ୟ କମ ରହିଥାଏ l ତେଣୁକରି ମଧୁମେହ ରୋଗୀଙ୍କୁ ମଧ୍ୟ ପ୍ରତିଦିନ ଖାଦ୍ୟରେ ଡାଲି ଖାଇବାକୁ କୁହାଯାଏ l

* ରୋଗ ପ୍ରତିରୋଧକ କ୍ଷମତା ବଢାଏ – ପ୍ରତିଦିନ ଗୋଟିଏ ଗିନା ଡାଲି ପାଣି ପିଇବା ଦ୍ୱାରା ଇମ୍ୟୁନିଟି ମଜବୁତ ହୋଇଥାଏ l ଡାଲି ପାଣି ଶରୀରକୁ ଶକ୍ତି ଯୋଗାଇଥାଏ l

* ଦୁର୍ବଳତା ଦୂର କରିଥାଏ – ଯେଉଁ ଲୋକ ମାନଙ୍କୁ ସବୁବେଳେ ଥକା ଲାଗୁଚି ସେମାନେ ନିଜ ଆହାରରେ ଡାଲିପାଣି ପ୍ରତିଦିନ ଖାଆନ୍ତୁ l ପ୍ରତିଦିନ ଗୋଟିଏ କପ ଡାଲିପାଣି ପିଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ l

* ଓଜନ ନିୟନ୍ତ୍ରଣ ରୁହେ – ଯେଉଁ ଲୋକମାନେ ନଜର ମୋଟା ପଣ କୁ ନେଇ ଚିନ୍ତାରେ ରହୁଛନ୍ତି ସେମାନେ ପ୍ରତିଦିବଂ ଡାଲିପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l

* ଶରୀରକୁ ସତେଜ ରଖିଥାଏ – ଡାଲିପାଣି ଶରୀରରେ ପାଣିର କମି ହେବାକୁ ଦିଏନାହିଁ l ଏହାଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ଓ ଶରୀରକୁ ସତେଜତା ମିଳିଥାଏ l

* ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖେ – ଡାଲି ପାଣିରେ ଫାଇବର ରହିଥିବା କାରଣରୁ ଏହା ପାଚନ ପ୍ରକ୍ରିୟାକୁ ସୁରକ୍ଷିତ ରଖେ l ପେଟର ହଜମ ପ୍ରକ୍ରିୟା ସରଳ ହେବା ସହିତ ଗ୍ୟାସ ସମସ୍ୟା ଦୁରେଇ ଯାଏ l

* ସ୍ମରଣ ଶକ୍ତି ବଢିଥାଏ – ଡାଲିପାଣି ପିଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ l ଆପଣଙ୍କ ପିଲା ଯଦି ଡାଲି ଖାଉନାହିଁ ତେବେ ଆପଣ ତାକୁ ଡାଲିପାଣି ଦେଇପାରିବେ l ଛୁଆକୁ ମଧ୍ୟ ସମସ୍ତ ପୋଷାକ ତତ୍ୱ ମିଳିଯିବ l

Comments are closed.