Odisha news

ନିୟମିତ ନିଜ ଡାଏଟ ସାମିଲ କରନ୍ତୁ ଏହି ଗୋଟିଏ ଡାଲି, ଏବଂ ପାଇବେ ୭ଟି ଚମତ୍କାର ଲାଭ

0

ଆମ ଗାଁ ଗହଳୀ ରେ ସମସ୍ତ ଙ୍କର ପ୍ରିୟ ଅଟେ ମୁଗ ଡାଲି, କିନ୍ତୁ ଆମ ସହରୀ ଲୋକେ ଏହାକୁ ଖାଇବାକୁ ଏତେ ପସନ୍ଦ କରନ୍ତି ନାହିଁ l ମୁଗ ଡାଲି ପୋଷାକ ତତ୍ୱର ଗୋଟିଏ ବଡ଼ ସ୍ରୋତ ଅଟେ l ଏଥିରେ ବିଶେଷ ଭାବରେ ରହିଥିବା ଉପାଦାନ ଗୁଡିକ ହେଲା –
କପର, ଫୋଲେଟ , ରାଇବଫ୍ଲେବିନ , ଭିଟାମିନ -ସି, ଫାଇବର, ପୋଟାସିୟମ, ଫସଫରସ, ମଗ୍ନେଶୀୟମ, ଆଇରନ, ଭିଟାମିନ ବି -6 , ନିୟାସିନ, ଥାଇମୀନ ପ୍ରଭୃତି ପୋଷାକ ତତ୍ୱ ପ୍ରଚୁର ମାତ୍ରା ରେ ରହିଥାଏ l

ମୁଗ ଡାଲି ନିୟମିତ ସେବନ କରିବାର ଲାଭ –
– ମୁଗ ଡାଲି ରେ  ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ, ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l ତେଣୁ ମୁଗଡାଲି ଶରୀର ପାଇଁ ହିତକର l

– ପ୍ରତିଦିନ ମୁଗଡାଲି ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ରୁ ଆରାମ ମିଳିଥାଏ, କାହିଁକି ନା ମୁଗଡାଲି ଫାଇବର ର ଗୋଟିଏ ବଡ଼ ସ୍ରୋତ ଅଟେ l  ଅନ୍ୟ ଡାଲି ତୁଳନାରେ ମୁଗଡାଲି ଶୀଘ୍ର ହଜମ ମଧ୍ୟ ହୋଇଥାଏ l

– ମୁଗଡାଲି ରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି, ଯେଉଁ କାରଣରୁ ଉଚା ରକ୍ତଚାପ ସନ୍ତୁଳିତ ରହିଥାଏ l ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ନିହାତି ମୁଗଡାଲି କୁ ନିଜ ଖାଦ୍ୟରେ ନିୟମୀୟା ସାମିଲ କରିବା ଜରୁରୀ l

– କୋଲେଷ୍ଟ୍ରଲ ସମସ୍ୟା ପାଇଁ ମୁଗଡାଲି ଗୋଟିଏ ଭଲ ମାଧ୍ୟମ ଅଟେ, ତେଣୁ କୋଲେଷ୍ଟ୍ରଲ ରୋଗୀ ମାନେ ନିୟମିତ ମୁଗଡାଲି ସେବନ ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଯେଉଁ ବ୍ୟକ୍ତି ପ୍ରତିଦିନ ମୁଗଡାଲି ସେବନ କରି ଥାଆନ୍ତି ସେହି ବ୍ୟକ୍ତି ହୃଦୟ ସମ୍ବନ୍ଧିତ ରୋଗରେ ପୀଡିତ ହେବାର ବିପଦ ହ୍ରାସ ହୋଇଥାଏ l

– ମୁଗଡାଲି ରେ ରହିଥିବା ପୋଷକତତ୍ୱ ଶରୀର କୁ ଏନରଜେଟୀକ ରଖିବା ପାଇଁ ଚେଷ୍ଟା କରିଥାଏ l

– ମୁଗଡାଲି ରେ ଆଇରନ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ, ଯାହାଦ୍ୱାରା ଶରୀରରେ ରକ୍ତ ହୀନତା କୁ ହ୍ରାସ କରିଥାଏ l ଯାହାକି ଏନିମିଆ ଭଳି ଗମ୍ଭୀର ରୋଗ ନିକଟରୁ ଦୂରେଇ ରଖିଥାଏ l

Leave A Reply