ଗରୁଡ଼ ପୁରାଣକୁ ୧୮ ଟି ମହାପୁରାଣ ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଇଥାଏ l ମାନ୍ୟତା ରହିଛି ଯେ ଗରୁଡ଼ ପୁରାଣରେ ଦିଆ ଯାଇଥିବା ସମସ୍ତ ତଥ୍ୟ ଭଗବାନ ବିଷ୍ଣୁଙ୍କ ମୁଖରୁ ବାହାରିଛି l ତେଣୁ ଆମ ହିନ୍ଦୁ ଧର୍ମରେ ଏହାର ଖୁବ ମର୍ଯ୍ୟାଦା ରହିଛି l ଗରୁଡ଼ ପୁରାଣ ରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ମଣିଷର ଆୟୁକୁ କମ କରିଥାଏ l
* ଦହିକୁ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଗ୍ରହଣ କରାଯାଇଥାଏ l କିନ୍ତୁ ରାତ୍ରିରେ ଦହି ଖାଇବା ଦ୍ୱାରା ଅନେକ ରୋଗକୁ ନିମନ୍ତ୍ରଣ ମିଳିଥାଏ l କିନ୍ତୁ ଦହି ଖାଇବା ରାତିରେ ଅଶୁଭ ହୋଇଥାଏ ବୋଲି ପୁରାଣରେ ଦର୍ଶା ଯାଇଛି l
* ଗରୁଡ଼ ପୁରାଣ ଅନୁସାରେ ରାତ୍ରି ସମୟରେ ଆମିଷ ଭୋଜନ କରିବା ଉଚିତ ନୁହେଁ , ଏହା ଶରୀରରେ ବିଭିନ ପ୍ରତିକ୍ରିୟା ଜାଗ୍ରତ କରିଥାଏ l ତେଣୁ ରାତ୍ରି ସମୟରେ ସାତ୍ୱୀକ ଭୋଜନ ଗ୍ରହଣ କରିବା ଆବଶ୍ୟକ , ଯାହା ମଣିଷର ଚେତନାକୁ ବୃଦ୍ଧି କରିଥାଏ l
* ଗରୁଡ଼ ପୁରାଣରେ କୁହାଯାଇଛି ଯେଉଁ ବ୍ୟକ୍ତି ସକାଳେ ଡେରିରେ ଉଠି ଥାଆନ୍ତି ସେମାନେ ନିଜର ଆୟୁ କମାଇ ଥାଆନ୍ତି l ତେଣୁ ସବୁବେଳେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଆବଶ୍ୟକ l ଡେରିରେ ଉଠୁଥିବା ବ୍ୟକ୍ତିମାନେ ସକାଳ ସମୟର ଜୀବନଦାୟୀ ବାୟୁ କୁ ଗ୍ରହଣ କରି ପାରନ୍ତି ନାହିଁ l
* ଗରୁଡ଼ ପୁରାଣ ଅନୁସାରେ ସକାଳ ସମୟରେ କିମ୍ବା ଅଧିକ ମାତ୍ରାରେ ସମ୍ଭୋଗ କରିବା ଦ୍ୱାରା ପୁରୁଷ ମାନଙ୍କ ଆୟୁ ହ୍ରାସ ହୋଇଥାଏ l ସକାଳ ସମୟରେ ଆମେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସୁସ୍ଥ ରଖିବା ସହ ସମୃଦ୍ଧି ପ୍ରଦାନ କରିବ l
Comments are closed.