Odisha news

ଗ୍ରୀଷ୍ମ ଋତୁରେ ପାୱାର ବୁସ୍ଟର କାକୁଡି , ପ୍ରତିଦିନ ସେବନ କରିବା ଦ୍ୱାରା ଦୂର ହୋଇଥାଏ ଏହିସବୁ ଶାରିରୀକ ସମସ୍ୟା

0
ଆମେ ବଜାରରେ କାକୁଡି ସବୁବେଳେ ଦେଖିବାକୁ ପାଇଥାଉ । କିନ୍ତୁ ଅନ୍ୟ ଋତୁ ଅପେକ୍ଷା କାକୁଡି ର ଚାହିଦା ଗ୍ରୀଷ୍ମ ଋତୁ ରେ ଅଧିକ ଦେଖିବାକୁ ମିଳିଥାଏ । କାକୁଡି ରେ ୯୫ ପ୍ରତିଶତ ଜଳ ରହିଥାଏ। ଏହାଛଡା ଅନେକ ଗୁଡ଼ିଏ ପୋଷାକ ତତ୍ତ୍ଵ ର ଗନ୍ତାଘର ଅଟେ କାକୁଡି । କାକୁଡି ରେ ପୋଟାସିୟମ, ମାଙ୍ଗାନିଜ , କପର୍, ମଗ୍ନେଶୀୟମ , ସିଲିକା ଭଳି ଜରୁରୀ ପୋଷାକ ତତ୍ତ୍ଵ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଯେଉଁସବୁ ପୋଷାକ ତତ୍ତ୍ଵ ଗ୍ରୀଷ୍ମ ଋତୁରେ ଶରୀର ପାଇଁ ନିହାତି ଆବଶ୍ୟକ । ଏହାଛଡା କାକୁଡି ଗ୍ରୀଷ୍ମ ଋତୁରେ ଶରୀର କୁ ଡିଟକ୍ସ କରିଥାଏ । ଆଜି ଆସନ୍ତୁ ଜାଣିବା କାକୁଡି ଖାଇବାର ସ୍ଵାସ୍ଥ୍ୟଗତ ଲାଭ ବିଷୟରେ ।
* ଯଦି ଆପଣ ନିୟମିତ କାକୁଡି ଖାଇବେ ତେବେ ଆପଣଙ୍କ ମେଟାବୋଲିଯିମ୍ ମଜବୁତ୍ ହେବ । ଯାହାଦ୍ଵାରା ଓଜନ ହ୍ରାସ ହେବା ସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।
* କାକୁଡି ରେ ୯୫ ପ୍ରତିଶତ ଜଳ ରହିଥାଏ । ତେଣୁ କାକୁଡି ଓଜନ ହ୍ରାସ କରିବାର ଗୋଟିଏ ବଡ ମାଧ୍ୟମ ଅଟେ । ଯେଉଁ ବ୍ୟକ୍ତି ମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ନିୟମିତ ନିଜ ଖାଦ୍ୟ ରେ କାକୁଡି କୁ ସାଲାଡ଼ ଭାବରେ ଖାଇବା ଜରୁରୀ ।
* କାକୁଡି ରେ ଥିବା ଭିଟାମିନ ସି ଓ ବିଟା କେରଟିନ୍ ଭଳି ମହତ୍ତ୍ଵ ପୂର୍ଣ୍ଣ ଆଣ୍ଟି ଅକ୍ସି ଡାଣ୍ଟ ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଯାହାଦ୍ଵାରା ଆମେ ବିଭିନ୍ନ ସଂକ୍ରମଣ ଠାରୁ ଦୂରେଇ ରହିଥାଉ ।
* କାକୁଡି ରେ ପର୍ଯ୍ୟାପ୍ତ ମାତ୍ରାରେ ଶିଲିକା ରହିଛି । ଏହାଛଡା ଏଥିରେ କ୍ୟାଲସିୟମ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହାକି ଆମ ହାଡ କୁ ମଜବୁତ୍ କରିବା ପାଇଁ ଖୁବ୍ ହିତକର ଅଟେ । ତେଣୁ ହାଡ କୁ ସୁସ୍ଥ ରଖିବା ପାଇଁ ନିୟମିତ କାକୁଡି ସେବନ କରନ୍ତୁ ।
* ଯଦି ଆପଣ ନିୟମିତ କାକୁଡି ନିଜ ଭୋଜନ ରେ ସାମିଲ କରିବେ ତେବେ ଏହାଦ୍ବାରା ଆପଣଙ୍କ ତ୍ଵଚା ରେ ଚମକ୍ ଆସିବ । କାହିଁକି ନା କାକୁଡି ରେ ଜଳୀୟ ଅଂଶ ଅଧିକ ରହିଥିବାରୁ ତ୍ୱଚା ହାଇଡ୍ରେଟ ହୋଇଥାଏ ।
* ଅନେକ ଗୁଡ଼ିଏ ଗବେଷଣାରୁ ଜଣା ପଡ଼ିଛି ଯେ କାକୁଡି ଖାଇବା ଦ୍ବାରା କୋଷୀକା ଗୁଡ଼ିକ ର ଅନିୟନ୍ତ୍ରିତ ଗ୍ରୋଥ୍ କୁ ରୋକା ଯାଇ ପାରିବ ଓ କ୍ୟାନ୍ସର ଭଳି ଗମ୍ଭୀର ରୋଗ ଠାରୁ ମଧ୍ୟ ଦୂରେଇ ରହି ପାରିବା ।
Leave A Reply