କଟକ,୩୧ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୭ମ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ମୁମ୍ବାଇ ଖିଲାଡିସ୍, ରାଜସ୍ଥାନ ୱାରିୟର୍ସକୁ ୩୧-୩୦ ପଏଂଟରେ ପରାଜିତ କରିଛି । ଗଜାନନ ସିଙ୍ଗଲେଙ୍କ ଲଗାତର ୩ଟି ଡ୍ରିମ ରନ ବୋନସ କାରଣରୁ ମୁମ୍ବାଇ ଖିଲାଡିସ, ରାଜସ୍ଥାନ ୱାରିୟର୍ସକୁ ପରାଜିତ କରିପାରିଛି । କ୍ରମାଗତ ୪ଟି ପରାଜୟ ପରେ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶିତ କରି ମୁମ୍ବାଇ ଚଳିତ ସିଜନରେ ନିଜର ଖାତା ଖୋଲିବାକୁ ସକ୍ଷମ ହୋଇଚି । ଏହି ବିଜୟ ପରେ ଏବେ ମୁମ୍ବାଇ ତାଲିକାର ୫ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ରାଜସ୍ଥାନ ୱାରିୟର୍ସ ବର୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ମ୍ୟାଚ୍ ଜିତି ପାରିନାହିଁ ଏବଂ ତାଲିକାର ୬ଷ୍ଠ ସ୍ଥାନରେ ରହିଛି । ଆଜିର ୧ମ ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଓଡିଶା ଜଗରନଟସକୁ ୧ ପଏଂଟରେ ପରାଜିତ କରିଛି ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟରସିପ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚର ଲାଇଭ କଭରେଜ ସହିତ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଆକ୍ସନଗୁଡିକ ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନିଲିଭ ଆପରେ ପ୍ରସାରିତ ହେବ । ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ମୁମ୍ବାଇ ଖିଲାଡିସରେ ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ଆଦି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାରିୟର୍ସରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ ଆଦି ସାମିଲ ଥିଲେ ।