Odisha news

ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ କର୍ମକର୍ତ୍ତା ନିର୍ବାଚନ 

0

ଭଞ୍ଜନଗର,୩୧।୧୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ କର୍ମକର୍ତ୍ତା ନିର୍ବାଚନ ବାଉଁଶଲୁଣ୍ଡିରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସରୋଜ କୁମାର ରାଉଳ ଏବଂ ଉପସଭାପତି ଭାବେ ଅନିଲ କୁମାର ରାଉତ ନିର୍ବାଚିତ ହୋଇଥିଲେ। ସେହିଭଳି ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ସହ ସମ୍ପାଦକ ସଞ୍ଜୟ ପ୍ରଧାନ, ସଂଗଠନ ସମ୍ପାଦକ ବାଳକୃଷ୍ଣ ରାଉତ, କୋଷାଧକ୍ଷ ଗୋପାଳ କୃଷ୍ଣ ପ୍ରଧାନ, ଆଇନ ପରାମର୍ଶଦାତା ଭାବେ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଏଥିସହ ପ୍ରଦେଶ ସଂସ୍ଥାକୁ ବିଶ୍ଵନାଥ ରାଉତ, ଦଣ୍ଡପାଣି ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ରାଜେଶ କୁମାର ପ୍ରଧାନ,  ମନୋଜ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପ୍ରଦେଶ ସଂସ୍ଥା ସଭାପତି ଡଃ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶପଥ ପାଠ କରାଇଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ପୂର୍ବାହ୍ନ ଅଧିବେଶନରେ କୂଳର ମେଧାବୀ ଛାତ୍ରୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ପୂର୍ବତନ ସଭାପତି ନେତାଜୀ ବିଶୋଇ ଅଧ୍ୟକ୍ଷତା କରିଥିଲେ।

Govt
Leave A Reply