ତା ୨୫/୧୧/୨୩ , କଟକ : ଆଜି ପୂର୍ବାହ୍ନରେ କ୍ରୀଡ଼ା ଭାରତୀ ପୂର୍ବ ଭାରତ କ୍ରୀଡ଼ା କେନ୍ଦ୍ର ପ୍ରଶିକ୍ଷକଙ୍କ କର୍ମଶାଳା ସ୍ଥାନୀୟ କେଶବ ଧାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ଉଦଘାଟିତ ହୋଇଯାଇଛି। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ପୂର୍ବ ଭାରତ ତଥା ବିହାର କ୍ଷେତ୍ରରୁ ୬୨ ଜଣ କ୍ରୀଡ଼ା ଭାରତୀ କ୍ରୀଡ଼ା କେନ୍ଦ୍ର ପ୍ରଶିକ୍ଷକ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଉତ୍ସବରେ ଅଖିଳ ଭାରତୀୟ ସଂଘଠନ ମନ୍ତ୍ରୀ ପ୍ରସାଦ ମହାନକର, ଯୁଗ୍ମ ସମ୍ପାଦକ ମଧୁମୟ ନାଥ, ଓଡ଼ିଶା ପ୍ରଦେଶ କ୍ରୀଡ଼ା ଭାରତୀର ଅଧ୍ୟକ୍ଷ ଦାମୋଦର ପଧାନୀ, ଉପାଧ୍ୟକ୍ଷ ଡଃ ଅଶୋକ କୁମାର ନାୟକ, ସମ୍ପାଦକ ରଘୁନାଥ ସାହୁ,, ମହାଦେବ ବେହେରା, ଅମ୍ବିକା ପ୍ରସାଦ ରାୟ,ଡଃ ଅଳକା ମିଶ୍ର,ବିଷ୍ଣୁ ଚରଣ ନାୟକ, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ନିୟମ ଓ କ୍ରୀଡ଼ା କୌଶଳ ତଥା ଶାରୀରିକ ଦକ୍ଷତା ଓ କ୍ରୀଡ଼ା ଭାରତୀ ଦ୍ୱାରା ପରିଚାଳିତ ବିଭିନ୍ନ କ୍ରୀଡ଼ା କେନ୍ଦ୍ରର ପରିଚାଳନା ନୀତି ବ୍ୟବସ୍ଥା ବିଷୟରେ ଶିକ୍ଷା କରାଯିବ।