Odisha news

ଆନ୍ତର୍ଜାତୀୟ ଟାଇକୋଣ୍ଡରେ ଓଡ଼ିଶାକୁ ୮ ପଦକ

0
କଟକ : କଲିକତାର ଖୁଦିରାମ ଅନୁଶୀଳନ କେନ୍ଦ୍ରଠାରେ ଚଳିତ ମାସ ୧୯ ତାରିଖରୁ ୨୧ ତାରିଖ ୩ଦିନ ଧରି ଅନୁଷ୍ଠିତ କୋରିୟାନ ଟାଇକୋଣ୍ଡ ମାଷ୍ଟର ଆସୋସିଏସନ ଅଫ ଇଣ୍ଡିଆ ଓ ଜିୟଙ୍ଗ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ଆୟୋଜିତ ୬ତମ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ଵ କରିଥିବା ପ୍ରତିଯୋଗୀ ମଧ୍ୟରୁ କିରୋଗୀ ବିଭାଗରେ ସାଇ ସ୍ୱରୂପ ସାହୁ,ମନରଞ୍ଜନ ବାରିକ, ସେକ ମୋଜାଇଲ, ସେକ ମହମ୍ମଦ ନାସିର ସ୍ଵର୍ଣ ପଦକ ପାଇଥିବା ବେଳେ ଓମ ସାଇ ,ଅଭିରୂପ ଗିରି ରୋପ୍ୟ ପଦକ ଓ ରଜତ କୁଅଁର ଓ ଆଶୁତୋଷ ବାରିକ ବ୍ରୋଞ୍ଚ ପଦକ ଅଧିକାର କରିଥିବାରୁ ରାଜ୍ୟ ସଙ୍ଘ ସମ୍ପାଦକ ଗ୍ରାଣ୍ଡ ମାଷ୍ଟର ଗୋପାଳ ଚନ୍ଦ୍ର ରାୟ ସମସ୍ତ ପ୍ରତିଯୋଗୀ ଏବଂ କୋଚ ପ୍ରଫୁଲ୍ଲ ମାସନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Leave A Reply