Odisha news

କବି ଆଶିଷ କୁମାର ସ୍ବାଇଁ ପାଇଲେ ପ୍ରିୟ କବି ଲେଖକ ସମ୍ମାନ : ୨୦୨୧

0

କଟକ(Rajesh Kumar Lenka):- କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା,ସରସ୍ୱତୀ କଳା ପରିଷଦ-କନ୍ଦରପୁର, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ଯୁବକଵି ଆଶିଷ କୁମାର ସ୍ବାଇଁଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବିଭିନ୍ନ ସଂଗଠନ ଦ୍ୱାରା ପୁରସ୍କୃତ ସଫଳତାକୁ ଉଚ୍ଚ ପ୍ରଶଂସା କରାଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉପକଣ୍ଠ ବ୍ରହ୍ମଗିରି ଅଞ୍ଚଳର ଉଦିୟମାନ ଯୁବ ପ୍ରତିଭା କବି ଆଶିଷ କୁମାର ସ୍ବାଇଁଙ୍କୁ ସାହିତ୍ୟସେଵା ପାଇଁ କେଦାର ଭାରତୀ ଯୁବ ସାହିତ୍ୟ ସଂସଦ, ବାଲେଶ୍ଵର ପକ୍ଷରୁ  କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଅବସରରେ ଗାନ୍ଧୀସ୍ମୃତି ଭବନରେ ଅନୁଷ୍ଠିତ ସାହିତ୍ୟ ସଭାରେ “ପ୍ରିୟ କବି ଲେଖକ ସମ୍ମାନ – ୨୦୨୧” ପ୍ରଦାନ କରାଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ସଭାପତି ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ନାୟକ,ମୁଖ୍ୟବକ୍ତା ନୀଳଗିରି ବିଧାୟକ ସୁକାନ୍ତ ନାୟକ,ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ବିଜେପି ଜିଲ୍ଳା ସଭାପତି ଉମାକାନ୍ତ ମହାପାତ୍ର,ସମାଜସେବୀ ଶ୍ରୀନାଥ ବେହେରା ଓ ଆର.ଜି.ଫିନ୍ ସର୍ଭିସେସ୍ ସିନିୟର ଜିଏମ ମଞ୍ଜୁର ଇଲ୍ଲାହି ଖାଁ,ରଶ୍ମିରଞ୍ଜନ ଦାସ,ତପନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Leave A Reply