କଟକ : ଆଜି କ୍ରୀଡ଼ା ଭାରତୀ ଉତ୍କଳ ପକ୍ଷରୁ ୱେବନାର କର୍ମଶାଳା ପରିଚାଳନା କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଲା ଏହି କରୋନା କାଳରେ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କିପରି ବୃଦ୍ଧି କରିବା। ଖଡ଼ିଆଳ ମହାବିଦ୍ୟାଳୟର ଡ.ସରୋଜ ପଣ୍ଡା ,ସରସ୍ୱତୀ ବିଦ୍ୟା ମନ୍ଦିର ଦାମନଯୋଡିର ଡ.ରମେଶ ସ୍ୱାଇଁ ,ଡ.ନିରୋଦ ପ୍ରଧାନ,ପୁରୀର ଶ୍ରୀ ରମାବଲ୍ଲଭ ମହାପାତ୍ର ଓ ଡ.ଆଲୋକ ସ୍ୱାଇଁ ଏ ବିଷୟକୁ ୱେବନାର କର୍ମଶାଳା ମାଧ୍ୟମରେ ଉପସ୍ଥାପନ କରିଥିଲେ। ଅଦ୍ୟାବଧି ୱେବନାର କର୍ମଶାଳାରେ ଓଡ଼ିଶା ରାଜ୍ୟର ସମସ୍ତ ଜିଲ୍ଲାରୁ ୧୩୫ ସହଭାଗୀ ଅଂଶ ଗ୍ରହଣ କରିଥିଲେ। ଏହି ୱେବନାର କର୍ମଶାଳାରେ କ୍ରୀଡ଼ା ଭାରତୀ ଉତ୍କଳ ସଭାପତି ଶ୍ରୀ ଦାମୋଦର ପ୍ରଧାନୀଙ୍କ ସଭାପତିତ୍ୱରେ ତଥା ଉପସଭାପତି ଡ.ଅଶୋକ କୁମାର ନାୟକ ସଂଯୋଜକ ଭାବରେ ସମସ୍ତ ଅତିଥିଙ୍କ ପରିଚୟ କରାଇଥିଲେ।କ୍ରୀଡ଼ା ଭାରତୀ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ରଘୁଭାଈ ,ଲକ୍ଷ୍ମୀ ଭାଈ ,ସରୋଜ ଭାଈ,ପ୍ରତାପ ଭାଈ, ବୈରାଗୀ ଭାଈ,ଅଳକା ଦିଦି, ଅଞ୍ଜଳି ଦିଦି ,ସରୋଜିନୀ ଦିଦି ,ସୁରଞ୍ଜିତା ଦିଦି,ତୁଷାର ଭାଈ ,ଲିଙ୍ଗରାଜ ଭାଈ, ଅଜୟ ଭାଈ,ରଞ୍ଜନ ଭାଈ, ମହାଦେବ ଭାଈ ଓ ଅନ୍ୟ ସମସ୍ତ ସଦସ୍ୟ ଗଣ ଏହି ୱେବନାର କର୍ମଶାଳାରେ ଯୋଗ ଦେଇଥିଲେ ।ନିକଟ ଭବିଷ୍ୟତରେ ଏଭଳି ଅନେକ ୱେବନାର ରାଜ୍ୟର ଖେଳ , ସ୍ୱାସ୍ଥ୍ୟ ,ପରିବେଶ ସମ୍ବନ୍ଧରେ ହେବାକୁ ଯାଉଛି। ଏହି ୱେବନାର କର୍ମଶାଳା ଶ୍ରୀ ରଂଜନ ସୁତାର ଶାରୀରିକ ଶିକ୍ଷା ବିଭାଗ ନୃସିଂହ ଚୌଧୁରୀ ସଂୟଶାଶିତ ମହାବିଦ୍ୟାଳୟ ଯାଯପୁରର ଶାରୀରିକ ଶିକ୍ଷା ଅଧିକାରୀ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।