Odisha news

ଏକାଦଶାହ ଉପଲକ୍ଷେ ସ୍ମୃତିସଭା ଅନୁଷ୍ଠିତ

0
(Rajesh Kumar Lenka): ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନା ବିଭାଗରେ ସଫଳ ଭାବେ କାର୍ଯ୍ୟ କରି ଅବସର ନେବା ପରେ ଆଧ୍ୟାତ୍ମିକ ଚେତନା ଭିତରେ ନିଜକୁ ହଜାଇ ସମାଜ ସେବା କୁ ଜୀବନର ବ୍ରତ ବୋଲି ଗ୍ରହଣ କରି , ଜୀବନର ଶେଷ ପର୍ଯ୍ୟନ୍ତ ପରର ଉପକାର ପାଇଁ ଯାହାଙ୍କ ହୃଦୟ ସର୍ବଦା ଆନ୍ଦୋଳିତ କରୁଥିଲା, ସେହି ମହାନ ବ୍ୟକ୍ତି ତନ୍ତେକେରା ନିବାସୀ ସ୍ବର୍ଗତ ଭଜମନ ଦଳାଇଙ୍କ ଏକାଦଶ ଉପଲକ୍ଷେ ଏକ ସ୍ମୃତି ସଭା ଓ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ପ୍ରକାଶମାନ କି,ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ରାଜ୍ୟ ସଂଯୋଜକ କବି ଜମ୍ବେଶ୍ଵର ଦଳାଇଙ୍କ ବଡବାପା ସ୍ବର୍ଗତ ଭଜମନ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ଏକ ସ୍ମୃତି ସଭା ସଭାପତି ଚକ୍ରଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା। ଉକ୍ତ ସ୍ମୃତି ସଭା ରେ ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ଦଳାଇଙ୍କ ସ୍ମୃତି ଚାରଣ କରିବା ସହ ବ୍ରହ୍ମଗିରି ଅଞ୍ଚଳ ଜଣେ ମହାନ୍ ବ୍ୟକ୍ତି ଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ।ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦଳାଇଙ୍କ ସ୍ମୃତି ସଭା ରେ ଯୋଗ ଦେବା ସହ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ସ୍ବର୍ଗତ ଦଳାଇଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି କରି ପ୍ରତିବର୍ଷ ତାଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଏକ ସ୍ମରଣିକା ପ୍ରକାଶ କରିବା ସହିତ ସ୍ମୃତି ସଭା କରିବାକୁ ନିଶିଗନ୍ଧା ସଭାପତି ଶ୍ରୀ ତ୍ରିପାଠୀଙ୍କ ପ୍ରସ୍ତାବକୁ ବିଧାୟକ ଙ୍କ ସମେତ ସମସ୍ତେ ସମର୍ଥନ କରିଥିଲେ।
Leave A Reply