କଟକ : କ୍ରୀଡା ଭାରତୀ ଉତ୍କଳ ପକ୍ଷରୁ ଅଗଷ୍ଟ ୧୭ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖେଳ ଯଥା ଫୁଟବଲ, ଭଲିବଲ, କବାଡି, । ବ୍ୟାଡମିଣ୍ଟନ, କ୍ରିକେଟ ଓ ଖୋଖୋ ଉପରେ ଏକ ଭର୍ଛୁଆଲ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ଦିନ ୧୦୦ ଜଣରୁ ଉର୍ଦ୍ଧ ଶାରୀରିକ ଶିକ୍ଷାବିତ ଭାଗ ନେଇଥିଲେ। କ୍ରୀଡା ଭାରତୀ ଅଧ୍ୟକ୍ଷ ଦାମୋଦର ପଧାନୀ, ଡ଼.ଅଶୋକ କୁମାର ନାୟକ, ଡ଼.ମନମୋହନ ରାଉତ,ଡ଼.ରମେଶ ଚନ୍ଦ୍ର ସ୍ୱାଇଁ, ଗଙ୍ଗାଧର ବେହେରା, ନନ୍ଦ କିଶୋର ପଟ୍ଟନାୟକ, ଡ଼.ଗଗନେନ୍ଦୁ ଦାଶ, ଅମ୍ବିକା ପ୍ରସାଦ ରାୟ, ଅସିତ ପାଲ, ଅଜୟ କୁମାର ବେହେରା, ଡ଼. ଦେବେନ୍ଦ୍ର ନାଥ ବେହେରା, ଡ଼.ମୁକ୍ତି ପ୍ରସାଦ ଦାଶ, ସମୀର କୁମାର ସାହୁ, ମନୋଜ କୁମାର ସାବତ, ରଶ୍ମିତା ମହାନ୍ତି, ମହେଶ ମଲ୍ଲ, ବିଭୁ ପ୍ରସାଦ ଶତପଥୀ, ତାରିଣୀ ପ୍ରସାଦ ଦାସ, ଡ଼.ଶୁଭକାନ୍ତ ସାହୁ,ରବି ନାରାୟଣ ପ୍ରଧାନ, ପ୍ରମ୍ମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ରଞ୍ଜନ କୁମାର ସୁତାର ପରିଚାଳନା କରିଥିଲେ।