Odisha news

୧୦ମ ପାସ ଙ୍କ ପାଇଁ ଖୁସି ଖବର : CRPF ରେ ଖାଲି ପଡ଼ିଛି ୯୨୧୨ ପଦବୀ , ତୁରନ୍ତ ଆବେଦନ କରନ୍ତୁ

0
କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କନେଷ୍ଟବଳ ପଦବୀ ରେ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ବଢାଇ ଦେଇଛନ୍ତି । ଯେଉଁ ଆବେଦନକାରୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ କରି ନାହାନ୍ତି , ସେମାନେ ବର୍ତ୍ତମାନ ଜୁନ୍ ୨ତାରିଖ ୨୦୨୩ ମଧ୍ୟରେ ଅନଲାଇନ୍ ରେ ଆବେଦନ କରି ପାରିବେ । ଏହା ପୂର୍ବରୁ ଆବେଦନ ର ଶେଷ ତାରିଖ ଅପ୍ରେଲ ୨୫ ତାରିଖ ଥିଲା ।
CRPF କନେଷ୍ଟବଳ ରେ ସମୁଦାୟ ୯୨୧୨ ପଦବୀ ସଂଖ୍ୟା ଭର୍ତି କରାଯିବ । ଏଥିରେ ମହିଳା ମାନଙ୍କ ପାଇଁ ୧୦୭ ଟି ଖାଲି ପଦବୀ ସଂରକ୍ଷିତ ରହିଛି । ଇଛୁକ ଓ ଯୋଗ୍ୟ ପାର୍ଥି
CRPF ର ଅଫିସିଆଲ୍ ୱେବସାଇଟ crpf.gov.in/recruitment କୁ ଯାଇ ଅନଲାଇନ୍ ରେ ଆବେଦନ କରି ପାରିବେ ।
ଖାଲି ରହିଥିବା ସ୍ଥାନ ଗୁଡିକ ହେଲା -:
ଡ୍ରାଇଭର – ୨୩୭୨ ପଦବୀ
ମୋଟର ମେକାନିକ – ୫୪୪ ପଦବୀ
ମୋଚୀ – ୧୫୧ ପଦବୀ
କର୍ପେଣ୍ଟର – ୧୩୯ ପଦବୀ
ଟେଲର -୨୪୨ ପଦବୀ
ବ୍ରାସ୍ ବ୍ୟାଣ୍ଡ – ୧୭୨ ପଦବୀ
ପାଇପ ବ୍ୟାଣ୍ଡ – ୫୧ ପଦବୀ
ବିଗୁଲର – ୧୩୬୦ ପଦବୀ
ମାଳି -୯୨ ପଦବୀ
ପେଣ୍ଟର – ୫୬ ପଦବୀ
କୁକ୍ / ୱାଟର କ୍ୟାରିଅର – ୨୪୭୫ ପଦବୀ
ଧୋବା – ୪୦୬ ପଦବୀ
ବାର୍ବର/ ହେୟାର ଡ୍ରେଶର – ୩୦୪ ପଦବୀ
ସଫେଇ କର୍ମୀ – ୮୨୪ ପଦବୀ
ଶିକ୍ଷାଗତ ଯୋଗ୍ୟତା ଓ ଆୟୁ ସୀମା –
କନେଷ୍ଟବଳ ରେ ଭର୍ତ୍ତି ପାଇଁ ଇଛୁକ ପର୍ଥୀ ନିହାତି ୧୦ ମ ପାସ କରିଥିବା ଆବଶ୍ୟକ । ଡ୍ରାଇଭର ପଦବୀ ପାଇଁ ବୟସ ସୀମା ୨୧ ରୁ ୨୭ ବର୍ଷ ରହିଥିବା ବେଳେ ଅନ୍ୟ ପଦବୀ ଗୁଡ଼ିକ ପାଇଁ ୧୮ ରୁ ୨୩ ବର୍ଷ ରହିଛି । ଲିଖିତ ପରୀକ୍ଷାରେ ଆବେଦନ ଶୁଳ୍କ ସୀମିତ ରହିଛି ।
ପରୀକ୍ଷାର୍ଥୀ ମାନଙ୍କ ପାଇଁ ସର୍ଟ ଲିଷ୍ଟେଡ୍ ପ୍ରକ୍ରିୟା ରହିଛି , ଯାହାକି ଜୁଲାଇ ୧ତାରିଖ ରୁ ଜୁଲାଇ ୧୩ ତାରିଖ ମଧ୍ୟରେ କରାଯିବ । ପରୀକ୍ଷା ପାଇଁ ଆଡମିଟ କାର୍ଡ ଜୁନ ୨୦ ତାରିଖ ରେ ଜାରି କରାଯିବ । ଚୟନ ପାରେ ଫିଯିକଲ ଟେଷ୍ଟ , ଟ୍ରେଡ ଟେଷ୍ଟ , ଡକୁମେଣ୍ଟ ଭେରି ଫିକେଶନ ଓ ମେଡିକାଲ ଏଗଜାମିନେଶନ କରାଯିବ ।
Leave A Reply