ଆମ ବିଶ୍ୱ ବ୍ରହ୍ମାଣ୍ଡ ରେ ରହିଛି ଅନେକ ରୋଚକ ତଥ୍ୟ, ଯାହାକି ଆମେ ଅନେକ ବିଷୟରେ ଜାଣିନାହୁଁ l ସୋଭିଏତ ୟୁନିଅନ ର ୟୁରୀ ଗାଗରିନ ଦୁନିଆର ପ୍ରଥମ ମଣିଷ ଯିଏକି ଅନ୍ତରୀକ୍ଷ ବା ସ୍ପେସ କୁ ଯାଇଥିଲେ l ୧୯୬୧ ରେ ବୋଷ୍ଟକ -1 ଅନ୍ତରୀକ୍ଷ ଜାନ ଜରିଆରେ ଗାଗରିନ ସ୍ପେସ ରେ ପହଂଚି ଥିଲେ, କଣ ଆପଣ ଜାଣିଛନ୍ତି କେବଳ ମଣିଷ ନୁହେଁ ଜୀବଜନ୍ତୁ ମାନେ ମଧ୍ୟ ଅନ୍ତରୀକ୍ଷକୁ ଯିବାର ସୁଯୋଗ ପାଇଛନ୍ତି l ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଲା ମଣିଷ ପୂର୍ବରୁ ଅନ୍ତରୀକ୍ଷକୁ ଜୀବଜନ୍ତୁ ଯାଇ ସାରିଛନ୍ତି l ଆଜି ଆସନ୍ତୁ ଜାଣିବା ଅନ୍ତରୀକ୍ଷକୁ ଯାଇଥିବା ଜୀବଜନ୍ତୁ ମାନେ କିଏ l
– କୁକୁର :
ସ୍ପେସ କୁ ଯାଇଥିବା ସର୍ବ ପ୍ରଥମ ଜୀବଟି ହେଉଛି ଗୋଟିଏ କୁକୁର l ଏମିତିରେ ତ ସୋଭିଏତ ସଙ୍ଘ ଅନେକ କୁକୁରଙ୍କ ସ୍ପେସ କୁ ପଠାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଲାଇକା ନାମକ କୁକୁର ପ୍ରସିଦ୍ଧି ଲାଭ କରିଥିଲା l ଲାଇକା ମସ୍କୋ ରେ ରାସ୍ତା ଉପରେ ବୁଲୁଥିବା ମନଗ୍ରେଲ ପ୍ରଜାତିର କୁକୁର ଟିଏ ଥିଲା l ବୈଜ୍ଞାନିକ ମାନଙ୍କର ଧାରଣା ରହିଥିଲା ଯେ ଲାଇକା ରାସ୍ତାରେ ରହୁଥିବା କାରଣରୁ ସ୍ପେସ ରେ ଆଡ଼ଜଷ୍ଟ କରିପାରିବ l କିନ୍ତୁ ଲାଇକା ର କାହାଣୀ ଖୁବ ଦୁଃଖ ଦାୟକ ଥିଲା l ଲାଇକା କୁ ଗୋଟିଏ ଦିନର ଖାଦ୍ୟ ଓ ୭ଦିନ ର ଅକ୍ସିଜେନ ସହିତ ପଠାଯାଇଥିଲା, କିନ୍ତୁ ସୂଚନା ମିଳିଥିଲା ଯେ ୭ଦିନ ପର୍ଯ୍ୟନ୍ତ ଲାଇକା ଜୀବିତ ଥିଲା କିନ୍ତୁ ପ୍ରକୃତ କଥାଟି ହେଲା ୫ଘଣ୍ଟା ମଧ୍ୟରେ ଓଭର ହିଟ କାରଣରୁ ମୃତ୍ୟୁ ବରଣ କରିଥିଲl l
– ମାଙ୍କଡ଼ :
କୁକୁର ବ୍ୟତୀତ ଅନ୍ତରୀକ୍ଷ କୁ ମାଙ୍କଡ଼ ଙ୍କୁ ମଧ୍ୟ ପଠାଯାଇ ସାରିଛି l ଦି ସନ ୱେବସାଇଡ ର ରିପୋର୍ଟ ଅନୁସାରେ ବର୍ତମାନ ସୁଦ୍ଧା ସ୍ପେସ କୁ ୩୦ ଟି ମାଙ୍କଡ଼ କୁ ପଠା ଯାଇସାରିଛି l ଏମାନଙ୍କ ମଧ୍ୟରୁ ସବୁଠୁ ପ୍ରସିଧ ଅଟେ ହେମ୍ ଚିଂପାଞ୍ଜି ଅଟେ l ୧୯୬୧ ଜାନୁଆରୀ ୩୧ ତାରିଖ ଦିନ ରକେଟ ଲେ କୁ ଅନ୍ତରୀକ୍ଷରେ ଲଞ୍ଚ କରାଯାଇଥିଲା l ଏହାପରେ ସେହି ବର୍ଷ ୟୁରୀ ଗାଗରିନ ସ୍ପେସ କୁ ଯାଇଥିଲେ l ହେମ୍ ର ରାକେଟ କୁ ନାସା ଦ୍ୱାରା ଫ୍ଲୋରିଡ଼ା ରୁ ଛଡା ଯାଇଥିଲା l ଏହି ଚିମ୍ପାଜି ଟି ୨୫୨ କିଲୋମିଟର ପର୍ଯ୍ୟନ୍ତ ଅନ୍ତରୀକ୍ଷ କୁ ଯାଇ ୧୬ ମିନିଟ ପର୍ଯ୍ୟନ୍ତ ଯାନ ରେ ରହି ସୁରକ୍ଷିତ ଭାବରେ ଫେରି ଆସିଥିଲା ।
– ବିଲେଇ :
ବର୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ବିଲେଇ କୁ ସୁରକ୍ଷିତ ଭାବରେ ଅନ୍ତରୀକ୍ଷ ର ଲଞ୍ଚ କରାଯାଇ ପାରିଛି । ଯାହାର ନାମ ଥିଲା ଫେଲିସେଟ୍ । ଏହି ବିଲେଇ ଟି ପ୍ୟାରିସ ର ରାସ୍ତା କଡର ଅଟେ । ଏହି ବିଲେଇ ଟିକୁ ୧୮ ଅକ୍ଟୋବର ୧୯୬୩ ରେ ଉଡାଣ ଭରି ଥିଲା । ଏହି ବିଲେଇ ଟିର ମସ୍ତିସ୍କ ରେ ଗୋଟିଏ ତାର ଲଗାଯାଇ ଥିଲା । ଯାହାଦ୍ଵାରା ବିଲେଇ ଟିର ନ୍ୟୁରୋଲୋଜିକଲ କାର୍ଯ୍ୟ କୁ ମନିଟର କରାଯାଉ ଥିଲା । ନିଜର ୧୩ ମିନିଟ ର ଅନ୍ତରୀକ୍ଷ ଯାତ୍ରାକୁ ସଫଳତା ପୂର୍ବକ ସେ ସମ୍ପୂର୍ଣ କରିଥିଲା, କିନ୍ତୁ ଏହାର ୨ମାସ ପରେ ରିସର୍ଚ୍ଚ କାମ ପାଇଁ ତାକୁ ମାରିଦିଆ ଯାଇଥିଲା ।
– କଇଁଛ :
ସୋଭିଏତ ସଂଘ ପକ୍ଷରୁ କାଇଁଚ ମଧ୍ୟ ପଠା ଯାଇଛି । ୧୯୬୮ ରେ ଅନେକ ଗୁଡ଼ିଏ କାଇଁଚ କୁ ଯୋଣ୍ଡ -୫ ସ୍ପେସ ସିପ ରେ ପଠାଯାଇ ଥିଲା । ପୋକ ଓ ମାଟିର ସମ୍ପୂଲ୍ ମଧ୍ୟ ରଖା ଯାଇଥିଲା । ଏହି ଅନ୍ତରୀକ୍ଷ ଯାନ ୬ଦିନ ପର୍ଯ୍ୟନ୍ତ ଚନ୍ଦ୍ରମା ର ପରିକ୍ରମା କରିଥିଲା , ଏହାପରେ ଫେରିବା ସମୟରେ ଭାରତ ମହାସାଗର ରେ କ୍ରାସ ହୋଇ ଖସି ପଡ଼ିଥିଲା । ଆଶ୍ଚର୍ଯ୍ୟ ର କଥା କ୍ରାସ୍ ହେବା ପରେ ମଧ୍ୟ ଏହି କଇଁଛ ମାନେ ଜୀବିତ ଥିଲେ ।
– ମୂଷା:
୨୦୧୮ ରେ ସ୍ପେସ ଆକ୍ସନ ଡ୍ରଗନ କ୍ୟାପ୍ ସୁଲ ପକ୍ଷରୁ ୨୦ ଟି ମୂଷା ଙ୍କୁ ସ୍ପେସ ଷ୍ଟେସନ କୁ ପଠାଯାଇ ଥିଲା । ଏହାପରେ ୨୦୨୧ ରେ ସ୍ପେସ X ପକ୍ଷରୁ ସ୍କୁଇଡ ମାନଙ୍କୁ ଅନ୍ତରୀକ୍ଷ କୁ ପଠା ଯାଇଥିଲା ।