Odisha news

ଯୌନ ସମ୍ବନ୍ଧ ରଖିବା ପାଇଁ ପାଗଳ ହୋଇଗଲା ଘଡିଆଳ କୁମ୍ଭୀର : ତାପରେ ….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ରେ ଗୋଟିଏ ଚିଡ଼ିଆଖାନା ରେ ଗୋଟିଏ ଘଡିଆଳ କୁମ୍ଭୀର ଯୌନ ସମ୍ବନ୍ଧ ରଖିବା ପାଇଁ ଏପରି ପାଗଳ ହୋଇଗଲା ଯେ ତାକୁ କାବୁ କରିବା ପାଇଁ ଚିଡ଼ିଆଖାନା କର୍ମଚାରୀ ଙ୍କର ଝାଳ ବାହାରି ପଡ଼ିଲା । ଯୌନ ସମ୍ବନ୍ଧ ପାଇଁ ଏହି ଘଡିଆଳ ଟି ଏପରି ପାଗଳ ହୋଇ ଯାଇଥିଲା ଯେ ତା ଦ୍ଵାରା ଅନ୍ୟ ଜୀବଜନ୍ତୁ ଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ଏହି ଘଡିଆଳ ଟି ବେଳେବେଳେ ଚିଡ଼ିଆଖାନା ର ଅନ୍ୟ ଜୀବଜନ୍ତୁ ମାନଙ୍କ ଜୀବନ ବିପଦ ଦେଖା ଦେଇଥିଲା । ଏହାପରେ ଚିଡ଼ିଆଖାନା ପ୍ରଶାସନ ପକ୍ଷରୁ କୁମ୍ଭୀର ଟିକୁ କାବୁ କରାଯାଇ ଚିଡ଼ିଆଖାନା ଜେଲ୍ ଭିତରକୁ ପଠା ଯାଇଥିଲା ।
ଏହି ଘଡିଆଳ କୁମ୍ଭୀରର ଓଜନ ୩୫୦ କେଜି । ତାର ଲମ୍ବ ୪ମିଟର ଅଟେ । ଏହି ଘଡିଆଳ ଟିକୁ କାବୁ କରିବା ପାଇଁ ଚିଡ଼ିଆଖାନା ର କର୍ମଚାରୀ ଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା ।
ଚିଡ଼ିଆଖାନା ର କର୍ମଚାରୀ ମାନେ ଏହାକୁ ପାଣି ଭିତରୁ ବାହାର କରି କୂଳକୁ ଆଣି ଦଉଡ଼ି ରେ ବାନ୍ଧି ଥିଲେ ଓ ଏହାପରେ ଗୋଟିଏ ଗାଡ଼ି ଉପରେ ଲଦି ଚିଡ଼ିଆଖାନା ର ଜେଲ୍ କୁ ନିଆଯାଇଥିଲା । ମିଳିଥିବା ଖବର ଅନୁସାରେ ଘଡିଆଳ ଟି ଯେତେବେଳେ ସମ୍ବନ୍ଧ ରଖିବାକୁ ଅସମର୍ଥ ହେଉଥିଲା ସେତେବେଳେ ସାଥୀ ଘଡିଆଳ ମାନଙ୍କୁ ଉତ୍କ୍ଷିପ୍ତ ହୋଇ ମାରି ଦେଉଥିଲା ।
ଏହି କାରଣରୁ ତାକୁ ସ୍ଥାନାନ୍ତର କରାଯାଇଛି । ଚିଡ଼ିଆଖାନା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କିଛିଦିନ ପରେ ତାକୁ ପୁଣି ତାର ସାଥୀ ମାନଙ୍କ ଭିତରେ ଛଡ଼ା ଯିବ ।

Comments are closed.