ବାରଙ୍ଗ : ମାଛ ଜାଲରେ ପଡିଥିବା କୁମ୍ଭୀର ଉଦ୍ଧାର ହୋଇ ରବିବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି । କୁମ୍ଭୀର ଟି ଘଡିଆଳ ପ୍ରଜାତିର ହୋଇଥିବା ବେଳେ ଏହାର ଲମ୍ବ ୫୮ ସେଣ୍ଟିମିଟର ହୋଇଥିବା ସୁଚନା ମିଳିଛି । କୁମ୍ଭୀର ଟି ଆସିବା ପରେ ଏହାର ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ କୁମ୍ଭୀର ହାଚିଙ୍ଗ୍ ପୁଲ ରେ ଛଡାଯାଇଥିବା ଜଣାପଡିଛି ।
ତେବେ ଆଗାମୀ ଦିନରେ ଏହି କୁମ୍ଭୀରକୁ ପୁଣି ଶାତପଡାରେ ଛଡାଯିବ ବୋଲି ସୂଚନା ମିଳିଛି । ପ୍ରକାଶ ଯେ , କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତ ସାମଝରୀ ଗ୍ରାମର କିଛି ଯୁବକ ପାଇକା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ମାଛ ଜାଲରେ ଘଡିଆଳ ବା ଥଣ୍ଟିଆ କୁମ୍ଭୀର ଟି ପଡିଥିଲା । ଯୁବକମାନେ କୁମ୍ଭୀରକୁ ଉଦ୍ଧାର କରି ଏକ କୁଣ୍ଡରେ ଛାଡିଥିଲେ ।
ପରେ କେନ୍ଦ୍ରାପଡା ରେଂଜ ର ବନବିଭାଗକୁ ଖବର ଜଣାଇଥିଲେ । ବନବିଭାଗ ଅଧିକାରୀ ପହଞ୍ଚô କୁମ୍ଭୀର କୁ ଉଦ୍ଧାର କରିଥିଲେ । ଆଜି ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆଣି ଛାଡିଥିଲେ । ପୂର୍ବରୁ ମଧ୍ୟ ଚଳିତ ମାସ ୭ ତାରିଖରେ କଟକ ଜିଲ୍ଲା ବରଦା ଗ୍ରାମର ଜଣେ କେଉଠ ମହାନଦୀରେ ମାଛ ମାରୁଥିବା ସମୟରେ ଜାଲରେ ମାଛ ବଦଳରେ ଘଡିଆଳ କୁମ୍ଭୀର ପଡିଥିଲା । ସିଟି ଫରେଷ୍ଟ କୁମ୍ଭୀରକୁ ଉଦ୍ଧାର କରି ନନ୍ଦନକାନନରେ ଛାଡିବା ସହିତ କେଉଟ ଜଣକୁ ଏକ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା ।
Comments are closed.