Odisha news

ବିରୂପା ନଦୀରୁ ଧରା ହେଲା ମଣିଷ ଖିଆ କୁମ୍ଭୀର

0

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ନିକଟ ବିରୁପା ନଦୀ ପଠାରୁ ଏକ ୬ ଫୁଟ ଲମ୍ବର କୁମ୍ଭୀର ଧରା ପଡିଥିବା ଜଣା ପଡିଛି । ଦୀର୍ଘ ୪ବର୍ଷ ହେବ ଏହି କୁମ୍ଭୀରଟି ବିରୂପା ନଦୀରେ ଚଳପ୍ରଚଳ ହେବାସହ ନିକଟରେ ଥିବା ଏକ ଖାଲୁଆରେ ଲୁଚି ରହୁଥିଲା । ନିୟମିତ ବ୍ୟବଧାନରେ ପଠାରେ ଚରୁଥିବା ଗାଈ, ମଈଷି, ଘୁଷୁରୀ ଆଦିଙ୍କୁ ମାରି ଖାଉଥିବା ବେଳେ ଜଣେ ଗାଈ ଚରାଳୀଙ୍କୁ  ଆକ୍ରମଣ କରି ଗୁରୁତର କ୍ଷତାକ୍ତ କରିଥିଲା ।

ତେବେ ସେମବାର ଦିନ ନଦୀ କୂଳରେ ଚରୁଥିବା ଏକ ଘୁଷୁରୀକୁ ନଈକୁ ଟାଣି ନେଇ ଅଧା ଖାଇଦେବା ପରେ ଛାଡି ଦେଇଥିଲା । ତେବେ ଘୁଷୁରିଆ ଏହା ଦେଖିବା ପରେ ଅଧାଖିଆ ଘୁଷୁରୀକୁ ଆଣି ନିକଟରେ ଥିବା ଖାଲରେ ଲୁଚାଇ ଜାଲ ବିଛାଇଥିଲା । ମଙ୍ଗଳବାର ପୁନଃର୍ବାର ଘୁଷୁରୀ ଖାଇବାକୁ ଆସି ଜାଲରେ ପଡିବାରୁ ରାଜନଗର ଓ କେନ୍ଦ୍ରାପଡା ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ମାନେ ସଂପୃକ୍ତ କୁମ୍ଭୀରକୁ ଆୟତ କରି ନିଜ ହେପାଜତକୁ ନେଇଥିବା ଜଣାପଡିଛି ।

Leave A Reply