ଭାରତର ଶୋଚନୀୟ ପରାଜୟ, ୱେଲିଂଟନ୍ ଟେଷ୍ଟରେ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ବିଜୟୀ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ଖେଳ By On Feb 24, 2020 0 Share ନୂଆଦିଲ୍ଲୀ: ୱେଲିଂଟନ୍ ଟେଷ୍ଟରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବିଜୟ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ହୋଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତ ଦ୍ବିତୀୟ ପାଳିରେ ୧୯୧ ରନ୍ରେ ଅଲ୍ଆଉଟ ହୋଇ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା, ଯାହା ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ ୧୦ ୱିକେଟରେ ଜିତି ନେଇଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୫୮ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୫ ୱିକେଟ ନେଇ ଏହି ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି । ଅନ୍ୟ ପକ୍ଷରେ ଟ୍ରେଣ୍ଡ ବୋଲ୍ଟ ୪ଟି ୱିକେଟ ନେଇଥିବା ବେଳେ କଲିନ୍ ଡି ଗ୍ରାଣ୍ଡହୋମ୍ ୧ ୱିକେଟ ନେଇଛନ୍ତି । ପ୍ରଥମ ପାଳିରେ ଭାରତ ୧୬୫ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୪୮ ରନ୍ କରିଥିଲା ପରେ ଭାରତ ୧୯୧ ରନ୍ରେ ଅଲ୍ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ ୧୦ ୱିକେଟରେ ଜିତି ୨ଟି ମ୍ୟାଚ୍ ବିଶିଷ୍ଟ ସରିଜ୍ରେ ୧-୦ ରେ ଆଗୁଆ ରହିଛି । ଭାରତର ଶୋଚନୀୟ ପରାଜୟୱେଲିଂଟନ୍ ଟେଷ୍ଟରେ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ବିଜୟୀ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ 0 Share