ବାସୁଦେବପୁର: ବାସୁଦେବପୁର ପୌରପାଳିକାର ପ୍ରବୋଧପୁର ଗ୍ରାମର କୈଳାସ ଚନ୍ଦ୍ର ଜେନାଙ୍କ ଘରେ ଆଜି ସକାଳେ ନିଆଁ ଲାଗି ଯିବାରୁ ୩ ବଖରା ଘର ଜଳିଯାଇଛି । ଖବର ପାଇ ବାସୁଦେବପୁରରୁ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରବୋଧପୁର ଗ୍ରାମର କୈଳାସ ଚନ୍ଦ୍ର ଜେନାଙ୍କ ଚାଳ ଘରେ ସକାଳ ପ୍ରାୟ ୧୦ଟା ବେଳେ ଅଚାନକ ନିଆଁ ଲାଗିଯାଇଥିଲା ।
ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଯୁବକ ପହଞ୍ଚି ପାଣି ଢାଳିଥିଲେ । ଖବର ପାଇ ବାସୁଦେବପୁରରୁ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଘରର ଆସବାପତ୍ର ପୋଡି ଜଳି ଯାଇଥିଲା ।
ନିଆଁ ଲାଗିବାର ସଠିକ କାରଣ ଜଣିପଡି ନାହିଁ । ଅଗ୍ନି ବପନ୍ନ କ୍ଷତିଗ୍ରସ୍ତ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି ।