ମିତ୍ରପୁର-ବାଲେଶ୍ୱରର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ୨ୟ ଥର ପାଇଁ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ଏହି ପ୍ରରିପ୍ରେକ୍ଷୀରେ ନୀଳଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ଉପସଭାପତି ଗତିକୃଷ୍ଣ ନନ୍ଦ ଏକ କୋଠରୀ ମଧ୍ୟରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ ବସି ଆଲୋଚନା କରୁଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଛି ।
ଏହି ଫଟୋକୁ ନେଇ ନୀଳଗିରି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ଫଟୋ ଏବେକାର ନା ବହୁ ପୂର୍ବର ଫଟୋ ସେ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିବାର ଶୁଣିବାକୁ ମିଳୁଛି ।