Odisha news

କାନାଡ଼ା ଏବଂ ଆୟର୍ଲାଣ୍ଡ : ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟିରଲିଂ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି

0

ନ୍ୟୁୟର୍କ: ଟି-୨୦ ବିଶ୍ୱକପ୍ ୨୦୨୪ର ୧୩ ତମ ମ୍ୟାଚ୍‌ରେ ଗ୍ରୁପ-ଏର କାନାଡ଼ା ଏବଂ ଆୟର୍ଲାଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି।  ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟିରଲିଂ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ କାନାଡା ଅଧିନାୟକ ସାଦ୍ ବିନ୍ ଜାଫରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

କାନାଡା ସ୍କ୍ବାଡ୍‌ରେ ଶ୍ରେୟସ୍ ମୋଭଭା (ୱିକେଟ କିପର) , ସାଦ୍ ବିନ୍ ଜାଫର (ଅଧିନାୟକ) , ଆରୋନ ଜନସନ , ନବନୀତ ଧଲିୱାଲ , ପରଗତ ସିଂ , ନିକୋଲାସ କିର୍ଟନ , ଦିଲପ୍ରୀତ ବାଜୱା , ଡିଲନ ହେଲିଗର୍ , ନିଖିଲ ଦତ୍ତା , କାଲିମ ସାନା , ଜେରେମି ଗର୍ଡନ୍ , ଋଷଭ ରାଗଭ ଯୋଶୀ , ଜୁନାଦ ସିଦ୍ଦିକୀ , ରାଇୟାନ୍ ସିଦ୍ଦିକୀ , ରବିନ୍ଦରପାଲ ସିଂ ପ୍ରମୁଖ ଅଛନ୍ତି।

ସେହିପରି ଆୟର୍ଲାଣ୍ଡ ସ୍କ୍ବାଡ୍‌ରେ ପଲ୍ ଷ୍ଟିରଲିଂ (ଅଧିନାୟକ) , ଲୋରକାନ୍ ଟକର୍ (ୱିକେଟକିପର) , ଆଣ୍ଡ୍ରିୟୁ ବଲବର୍ନି , ହ୍ୟାରି ଟେକ୍ଟର୍ , କାର୍ଟିସ୍ କ୍ୟାମ୍ପର୍, ଜର୍ଜ ଡକ୍ରେଲ୍ , ଗାରେଥ ଡେଲାନି , ମାର୍କ ଆଡେୟାର , ବାରି ମ୍ୟାକକାରି , ଜୋଶୁଆ ଲିଟିଲ , ବେଞ୍ଜାମିନ୍ ହ୍ବାଇଟ , ଗ୍ରାହାମ ହୁମ , କ୍ରେଗ ୟଙ୍ଗ , ନିଲ ରକ , ରସ ଅଦାୟର ପ୍ରମୁଖ ଅଛନ୍ତି।

 

Leave A Reply