ସର୍ଵ ଭାରତୀୟ ଆଜାଦ୍ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ପ୍ରଥମ ସେମିଫାଇନାଲ ଖେଳରେ ରାଞ୍ଚି ୟୁସିସି ଦଳ ୫ ୱିକେଟରେ ବିଜୟୀ
ସର୍ଵ ଭାରତୀୟ ଆଜାଦ୍ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ପ୍ରଥମ ସେମିଫାଇନାଲ ଖେଳରେ ରାଞ୍ଚି ୟୁସିସି ଦଳ ୫ ୱିକେଟରେ ବିଜୟୀ ହୋଇ ଫାଇନାଲକୁ ଉନ୍ନିତ। ପାଂଚ ପୀଢ଼ ୨୯/୧୨ ଆଜାଦ ସ୍ପୋର୍ଟସ ଏବଂ କଲ୍ଚରାଲ କ୍ଲବ ଚଢେଇଭୋଳ ଆନୁକୁଲ୍ୟରେ ଚଢେଇଭୋଳ ପଡ଼ିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଆଜାଦ୍ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳ ରାଞ୍ଚି ୟୁସିସି ଦଳ ଓ ରାଉରକେଲା କ୍ରିକେଟ୍ ଆସୋସିଏସନ୍ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳର ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁର୍ଵତନ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଭୁବନ ବିହାରୀ ସାହୁ, ଉପସଭାପତି ଏମଡି ରିୟାଜୁଦ୍ଦିନ, କାର୍ଯ୍ୟକାରୀ ସମ୍ପାଦକ ସବିର ଅଲ୍ଲୀ,ପରିଚାଳକ ଏମଡି ଖଲିଲୁର ରେହେମାନ, ଯୁଗ୍ମ ସମ୍ପାଦକ ଏସକେ ଜାହାଙ୍ଗୀର, କୋଷାଧ୍ୟକ୍ଷ ସରାଫତ ଆଲାମ ଓ ଏମଡି ସଜରୁଲଙ୍କ ଉପସ୍ଥିତିରେ ଉଭୟ ଦଳର ଖେଳାଳୀମାନଙ୍କ ସହ ପରିଚୟ ଆଦାନ ପ୍ରଦାନ କରିଥିଲେ। ।ରାଉରକେଲା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଉରକେଲା ଦଳ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୧୫୭ ରନ୍ କରିଥିଲା।ପ୍ରତି ଉତ୍ତରରେ ରାଞ୍ଚି ୟୁସିସି ଦଳ ୫ ୱିକେଟ ବିନିମୟରେ ୧୫୯ ରନ୍ କରି ୫ ୱିକେଟରେ ବିଜୟୀ ହୋଇଥିଲା।ଏହି ଅତ୍ୟନ୍ତ ଆକର୍ଷଣୀୟ, ପ୍ରତିଦ୍ବନ୍ଦିତାପୁର୍ଣ୍ଣ ଓ ରୋମାଞ୍ଚକର ଖେଳ ଦେଖିବାକୁ ପଡ଼ିଆର ଚତୁର୍ପାଶ୍ୱରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉଭୟ ଦଳର ଖେଳାଳୀମାନଙ୍କ ମନୋଵଳ ବୃଦ୍ଧି କରୁଥିବା ଦେଖିବାକୁ ମିଳିଥିଲା। ସେମିଫାଇନାଲ ଖେଳରେ ରାଞ୍ଚି ୟୁସିସି ଦଳ ଦଳ ବିଜୟ ଲାଭ କରି ଆସନ୍ତା ୧୦ ତାରିଖରେ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି।ବିଜୟୀ ଦଳର ଖେଳାଳୀ ଅରୁଣ ଯାଦଵ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇ ଅତିଥିଙ୍କ ନିକଟରୁ ୫୦୧ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ଖେଳକୁ ଅମ୍ପାୟାର ଭାବେ ଖଗେଶ୍ବର ମଲ୍ଲିକ,ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିଲେ।ଭାଷ୍ୟକାର ଭାବେ ସୁରେଶ ସାଣ୍ଡିଲ,ଅବଦୁଲ ମଲ୍ଲିକ ଏବଂ ଅସଗର ଅଲ୍ଲୀ ଭାଷ୍ୟ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ଆବାସ ,ଏମଡି ଇରଫାନ ଓ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ସୂଚନାଯୋଗ୍ୟ ଯେ ଫାଇନାଲ ମ୍ୟାଚ ଆଗାମୀ ଜାନୁଆରୀ ୧୦ ତାରିଖରେ ଅନୁଷ୍ଠିତ ହେବ ଏଵଂ ଚମ୍ପିଆନ ଓ ରନର୍ସ ଅପ୍ ଦଳକୁ ଯଥାକ୍ରମେ ୫୧ ହଜାର ଓ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବର ସଦସ୍ୟ ଅନିଶ ଅଲ୍ଲୀ, ସୁରେନ୍ଦ୍ର ବେହେରା ତଥା ସମସ୍ତ ସଦସ୍ୟ ଆୟୋଜନ ଓ ସହଯୋଗ କରିଥିଲେ
