Odisha news

ବିଶ୍ବକପ୍‌୨୦୨୩ ନିଉଜିଲାଣ୍ଡ୍‌ ଓ ବାଂଲାଦେଶକୁ : ନିଉଜିଲାଣ୍ଡ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତିନେଲା

0

ଚେନ୍ନାଇ: ଆଜି ଚେନ୍ନାଇର ଚେପକ୍‌ରେ ଥିବା ଏମ୍‌. ଏ. ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ଆଇସିସି କ୍ରି‌କେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ନିଉଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶକୁ ବ୍ୟାଟିଙ୍ଗ୍‌ କରିବା ଲାଗି ସୁଯୋଗ ଦେଇଛନ୍ତି।

‘ଟସ୍‌’ ଜିଣିବା ପରେ ନିଉଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ। ମୋର ମନେ ହୁଏ ଏ ପଡ଼ିଆଟି ଭଲ। ୱାର୍ମ-ଅପ୍‌ ଖେଳରେ ଭଲ ହୋଇଥିଲା। ଏଥର ଖେଳରେ ଭଲ ହେବ।

ବାଂଲାଦେଶ ଅଧିନାୟକ ଶକିବ୍‌ ଅଲ୍‌ ହସନ୍‌ କହିଛନ୍ତି, କ’ଣ କରାଯିବ ବୋଲି ପ୍ରଥମେ ଟିକେ ବିଭ୍ରାନ୍ତ ହୋଇପଡ଼ିଥିଲି। କିନ୍ତୁ, ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ନେଇ ଆମର ଚିନ୍ତା ନାହିଁ। ଗତ ଦୁଇଟି ମ୍ୟାଚ୍‌ରେ ଆମେ ବ୍ୟାଟିଙ୍ଗ୍‌ ଓ ବୋଲିଙ୍ଗ୍‌ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ନ ଥିଲୁ। ଏଥର ଭଲ ଖେଳିବାକୁ ଯତ୍ନବାନ ହେବ

ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭରରେ ୧ଟି ବଲ୍‌ ଖେଳି ୧ ୱିକେଟ୍‌ ହରାଇ ବାଂଲାଦେଶ ୧ ରନ୍‌ ସଂଗ୍ରହ କରିଛି। ପ୍ରଥମ ବଲ୍‌ରେ ଲିଟନ୍‌ ଦାସ ଆଉଟ୍‌ ହୋଇଯାଇଛନ୍ତି।

ଆଜି ବାଂଲାଦେଶ ଏକାଦଶରେ ଖେଳୁଛନ୍ତି, ଲିଟନ୍‌ ଦାସ, ତାନ୍‌ଜିଦ୍‌ ହସନ୍, ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ମେହିଦି ହସନ୍‌ ମିର୍ଜା, ଶକିବ୍‌ ଅଲ୍‌ ହସନ୍‌ (ଅଧିନାୟକ), ମୁଶଫିକର୍‌ ରହିମ୍‌ (ୱିକେଟ୍‌ରକ୍ଷକ), ତୌହିଦ୍‌ ହୃଦୟ, ମହମଦୁଲ୍ଲା ତାସ୍‌କିନ୍‌ ଅହମଦ୍‌, ସରିଫୁଲ୍‌ ଇସ୍‌ଲାମ୍‌ ଓ ମୁସ୍ତାଫିଜୁର୍‌ ରହମନ୍।

ସେହିପରି ନିଉଜିଲାଣ୍ଡ୍‌ ଟିମ୍‌ରେ ଖେଳୁଛନ୍ତି, ଡିଭୋନ୍‌ କନ୍‌ୱେ, ରେସିନ୍‌ ରବୀନ୍ଦ୍ର, କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଡେରିଲ୍‌ ମିସେଲ୍‌, ଟମ୍‌ ଲାଥାମ୍ (ୱିକେଟ୍‌ରକ୍ଷକ), ଗ୍ଲେନ୍‌ ଫିଲିପ୍ସ୍‌, ମାର୍କ ଚାମ୍ପେନ୍‌, ମିସେଲ୍‌ ସାଣ୍ଟର୍‌, ମ୍ୟାଟ୍‌ ହେନ୍‌ରି, ଲକି ଫର୍ଗୁସନ୍‌ ଓ ଟ୍ରିଣ୍ଟ୍‌ ବୋଲ୍‌ଟ୍‌।

Govt
Leave A Reply