Odisha news

ପ୍ରକାଶ ପାଇଲା 𝙸𝙲𝙲 𝙾𝙳𝙸 ବିଶ୍ୱ କପ କ୍ରିକେଟ ୨୦୨୩ ର ଖେଳ ସୁଚି ତାଲିକା

0

ଆଇସିସି ପକ୍ଷରୁ କ୍ରିକେଟ ବିଶ୍ୱ କପ୍ ୨୦୨୩ ସମ୍ପୂର୍ଣ୍ଣ ଖେଳ ସୁଚି ଜାରି କରାଯାଇଛି l ଏହି ଟୁର୍ନାମେଣ୍ଟ ୫ ଅକ୍ଟୋବର ରୁ ୧୯ ନଭେମ୍ବର ମଧ୍ୟରେ ଭାରତ ରେ ଖେଳାଯିବ l ପ୍ରଥମ ମ୍ୟାଚ ଇଙ୍ଗଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ l ଏହି ୨ ଦଳ ବିଶ୍ୱକପ୍ ୨୦୧୯ ରେ ସାମ୍ନାସାମ୍ନୀ ଫାଇନାଲ ରେ ହୋଇଥିଲେ l ଏହି ୨ ଦଳ ଅକ୍ଟୋବର ୫ ତାରିଖ ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ପ୍ରଥମ ମ୍ୟାଚ ଖେଳିବେ l ଭାରତ ନିଜର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖ ରେ ଚେନ୍ନାଇ ରେ ଅଷ୍ଟ୍ରେଲିଆ କୁ ଭେଟିବ l ଏହାପରେ ଅକ୍ଟୋବର ୧୫ ତାରିଖ ଦିନ ଅହମଦାବାଦ ରେ ପାକିସ୍ତାନ ବିପକ୍ଷ ରେ ଖେଳିବ l

ଏହି ବିଶ୍ୱ କପ ରେ ସମୁଦାୟ ୧୦ ଟି ଦଳ ଭାଗ ନେବେ l ୮ ଟି ଦଳ ପୂର୍ବରୁ ଏହି ଟୁର୍ନାମେଣ୍ଟ ପାଇଁ କ୍ଵଲିଫାଇ କରି ସାରିଛନ୍ତି ଓ ଆଉ ୨ ଟି ଦଳ ପାଇଁ ଜିମ୍ବାୱେ ରେ କ୍ଵଲିଫାଇ ରାଉଣ୍ଡ ଖେଳା ଯାଉଛି l ଯେଉଁଥିରେ ସୁପର ସିକ୍ସ ରେ ୬ ଟି ଦଳ ପହଞ୍ଚି ସାରିଛନ୍ତି l ଏଥିରୁ ୨ ଟି ଦଳ ଭାରତ ରେ ହେଉଥିବା ବିଶ୍ୱ କପ ର ମୁଖ୍ୟ ରାଉଣ୍ଡ ରେ ଭାଗ ନେବେ l

ସମୁଦାୟ ୧୦ଟି ସ୍ଥାନ ରେ ଖେଳାଯିବ ବିଶ୍ୱକପ କ୍ରିକେଟ l ସେହି ସ୍ଥାନ ଗୁଡିକ ହେଲା ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନାଇ, ଲଖନଉ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କଲିକତା ଇତ୍ୟାଦି ସ୍ଥାନ ରହିଛି l ଏଥିରେ ଦୀର୍ଘ ଦିନ ପରେ ଭାରତ ଓ ପାକିସ୍ତାନ ଉଭୟ ଉଭୟଙ୍କ ବିପକ୍ଷରେ ମ୍ୟାଚ ଖେଳିବେ l ଏହି ମ୍ୟାଚ ଅକ୍ଟୋବର ୧୫ ରେ ଅହମଦାବାଦ ରେ ଖେଳାଯିବ l ଫାଇନାଲ କୁ ମିଶାଇ ସମୁଦାୟ ୪୮ ଟି ମ୍ୟାଚ ଖେଳାଯିବ l

Leave A Reply