Odisha news

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ବ୍ରିଟେନରେ ହିଂସା

0

ନୂଆଦିଲ୍ଲୀ : ବ୍ରିଟେନ ରେ ପାକିସ୍ତାନୀ ମୁସଲମାନ ମାନେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରି ଦେଇଛନ୍ତି l ହିନ୍ଦୁ-ମୁସଲମାନ ଙ୍କର ଏହି ବିବାଦ ଲିସେସ୍ଟର ରେ ଘଟିଛି l ଏଠାରେ କଟରପନ୍ଥୀ ମୁସଲମାନ ମାନେ ହିନ୍ଦୁ ମାନଙ୍କୁ ନିଜର ଆକ୍ରୋସର ଶିକାର କରି ତାଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗା ରୁଜା କରିଛନ୍ତି l ଗାଡି ଗୁଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି l

ବିଶେଷ ଭାବରେ ଏହି ବିବାଦ କ୍ରିକେଟ ମ୍ୟାଚ ର ହାର ଜିତ କୁ ନେଇ ଆରମ୍ଭ ହୋଇଥିଲା l ଅଗଷ୍ଟ ୨୮ ତାରିଖ ଦିନ ଏସିଆ କପ ରେ ଭାରତ ର କ୍ରିକେଟ ଟିମ୍ ପାକିସ୍ତାନ କୁ ହରାଇ ଦେଇଥିଲା l ଏହା ପରେ ଅଗଷ୍ଟ ୬ ତାରିଖ ଦିନ ଲିସେସ୍ଟର ରେ ପାକିସ୍ତାନୀ ମୁସଲମାନ ମାନେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିଥିଲେ l ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା l

ସୋସିଆଲ ମିଡିଆରେ ଭାଇରଲ; ହେଉଥିବା ଏହି ଭିଡିଓ ରେ ଦେଖା ଯାଉଛି ଯେ ଜଣେ ବ୍ୟକ୍ତି ଘର ଆଗରେ ଲାଗିଥିବା କେଶର ରଙ୍ଗର ପତାକା କୁ କାଢି ଫୋପାଡ଼ି ଦେଇଥିଲେ l ଜଣେ ମହିଳା ଚିତ୍କାର ଛାଡି ଏହାର ବିରୋଧ କରିଥିଲେ l ଅନ୍ୟ ଗୋଟିଏ ଭିଡିଓ ରେ ଆଉଜଣେ ବ୍ୟକ୍ତି ଛୁରୀ ରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି l ଅନ୍ୟ କିଛି ଗଣମାଧ୍ୟମ ସୂଚନା ଅନୁସାରେ ଏହି ଘଟଣା ପୂର୍ବରୁ ପ୍ଲାନ କରାଯାଇ ଥିଲା l ଏହି ଘଟଣା କୁ ନେଇ ଲିସେସ୍ଟର ରେ ଉତେଜନା ଦେଖା ଦେଇଥିଲା l ଲିସେସ୍ଟର ର ମେୟର ହିନ୍ଦୁ – ମୁସଲମାନ ମାନଙ୍କର ଏହି ବିବାଦକୁ ନେଇ ଏମର୍ଜେନ୍ସି ବୈଠକ ଡାକିଛନ୍ତି ଓ ଲୋକ ମାନଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି l

Leave A Reply