Odisha news

ଗୋଲଡେନ୍ କ୍ରିକେଟ କ୍ଳବ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ଟୁନାମେଣ୍ଟ ଉଜ୍ଜ୍ୱlପିତ

0
କଟକ – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିବ୍ରହ୍ମପୁର ପଂଚାୟତ ଉପକଣ୍ଠ ମଙ୍ଗଦେଇପୁର ଗ୍ରାମର ମା’ ବନଦୁର୍ଗା ଖେଳ ପଡିଆରେ ଗୋଲଡେନ୍ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୨ଟି ଦଳ  ଅଂଶଗ୍ରହଣ କରି ଅନ୍ତିମ ମ୍ୟାଚ୍ରେ ୧୧ ଷ୍ଟାର କିଶନନଗର ଓ ପାଟଣା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇ ଶେଷରେ ୧୧ ଷ୍ଟାର କିଶନନଗର ୧୨୬ ରନ କରି ବିଜୟୀ ହୋଇଥିବା ବେଳେ ପାଟଣା କ୍ରିକେଟ ରନରସକପ ଲାଭ କରିଥିଲେ । ଏହି ପୁରସ୍କାର ବିତାରଣୀ ସଭାରେ ମୁଖ୍ୟ ଅତିଥି ଭାବେ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”ର ସଭାପତି  ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟବକ୍ତା  ଇଶାଣିବ୍ରହ୍ମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ,ମନୋରଞ୍ଜନ କର, ଅମିୟ ବେହେରା, ଅଶ୍ୱିନୀ ଦାଶ,ସଂଜୀବ ବାରିକ, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ପ୍ରମୋଦ ବାରିକ,ଲିପକ ବେହେରା, ବିଶ୍ୱଜିତ ଭୋଇ,ସମାଜସେବୀ କବି ଭୂଷଣ ଆଚାର୍ଯ୍ୟ ଏବଂ କ୍ଲବର ବହୁ କାର୍ଯ୍ୟକର୍ତା  ଉପସ୍ଥିତ ଥିଲେ ।

Leave A Reply