Odisha news

ପିଚ, ହୋଟେଲ, ଡ୍ରେସିଂ ରୁମ ସବୁର ହେଲା ପରିବର୍ତ୍ତନ, ବିଜୟ ଆଶାରେ ଟିମ-ଇଣ୍ଡିଆ

0

୨୪ ଘଣ୍ଟା ପରେ ଟି 20 ଫାଇନାଲ ମୁକାବିଲା, ବିଜୟଲାଭ ପାଇଁ ଟିମ ଇଣ୍ଡିଆର ଉପାୟ, ଫାଇନାଲ ପୂର୍ବରୁ ହେଲା ୩ଟି ପରିବର୍ତ୍ତନ, ସାମ-ଦାମ-ଦଣ୍ଡ-ଭେଦ ସହିତ ଇତିହାସ ରଚିବ କି ଟିମ ଇଣ୍ଡିଆ ?

ଯେଉଁ ସମୟକୁ ଅପେକ୍ଷା ରହିଛି କ୍ରିକେଟ ପ୍ରଶଂସକ ଙ୍କର ସେ ସମୟ ପାଇଁ ରହିଲା ଆଉ ଅଳ୍ପ କିଛି ମୁହୂର୍ତ, ମାତ୍ର ୨୪ ଘଣ୍ଟା ପରେ ଟି 20 ୱାର୍ଲଡ କପ ର ମହାମୁକାବିଲା ଆରମ୍ଭ ହୋଇଯିବ, ଭାରତ-ନିୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ଅତୀତ ର ଅନେକ କାହାଣୀ କୁ ମନେପକାଇ ଦେଇଛି, ମାର୍ଚ୍ଚ ୮ତାରିଖ ରେ ଗୁଜୁରାଟ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଭାରତ ଟକର ଦେବ ନିୟୁଜିଲ୍ୟାଣ୍ଡ କୁ l

ଟିମ ଇଣ୍ଡିଆ ସାମ, ଦାମ, ଦଣ୍ଡ, ଭେଦ ରଣନୀତି ସହିତ ୩ଟି ପରିବର୍ତନ କରି ବିଜୟ ର ଆଶା ରଖିଛି, କାହିଁକି ନା ୨୦୨୩ ରେ ମିଳିଥିବା ଜଖମ ଓ ତିକ୍ତ ଅନୁଭୂତିକୁ ଲିଭାଇ ପାରିବ  l ବର୍ତମାନ ଏହାକୁ ଅନ୍ଧ ବିଶ୍ୱାସ କୁହାଯିବ କି ପଜିଟିଭିଟି ବୁଷ୍ଟ , ଟିମ ଇଣ୍ଡିଆ ବର୍ତମାନ ଭାଗ୍ୟ ର ସମ୍ପୂର୍ଣ ସହଯୋଗ ଚାହୁଁଚି, ଏବଂ ୱାର୍ଲଡ କପ ଜିତି ଇତିହାସ ରଚିବାକୁ ଚାହୁଁଚି l

ଟିମ ଇଣ୍ଡିଆ ଅହମଦାବାଦ ରେ ୨ଟି ପରାଜୟ ଲାଭ କରିଛି, ପ୍ରଥମ ଟି ୨୦୨୩ ଏକଦିବସୀୟ ବିଶ୍ୱକପ ର ଫାଇନାଲ ରେ ମିଳିଥିଲା, ଅନ୍ୟଟି ଟି 20 ବିଶ୍ୱକପ ୨୦୨୬ ରେ ସୁପର 8 ରେ ସାଉଥ ଆଫ୍ରିକା ନିକଟରୁ ୭୬ ରନରେ ପରାଜୟ ଲାଭ କରିଥିଲା ଟିମ ଇଣ୍ଡିଆ l ଏହି ଦୁଇଟି ମ୍ୟାଚ କଳା ମାଟି ଥିବା ସ୍ଲୋ ପିଚ ରେ ହୋଇଥିଲା l ବର୍ତମାନ ଟିମ ଇଣ୍ଡିଆ ଏହି ସ୍ଲୋ ପିଚ ର ଭୟ କୁ ଦୂର କରିବାର ନିଷ୍ପତି ନେଇଛି l ଗୋଟିଏ ରିପୋର୍ଟ ଅନୁସାରେ ଫାଇନାଲ ପାଇଁ ମିକସ ସଏଲ ପିଚ କରାଯିବ, ଯେଉଁଥିରେ ୭୦ ପ୍ରତିଶତ ନାଲି ମାଟି ରହିବ l ଏହି ପିଚ ବ୍ୟାଟିଂ ପାଇଁ ସବୁଠୁ ଭଲ ରହିବ l

ଟିମ ଇଣ୍ଡିଆର ଖେଳାଳି ମାନେ ଭାଗବତ ବିଶ୍ୱାସୀ , ତେଣୁ ନକାରାତ୍ମକ ଭାବନା କୁ ଦୂର କରିବା ପାଇଁ ଚଳିତ ଥର ହୋଟେଲ ପରିବର୍ତ୍ତନ କରିଛନ୍ତି, ଯେଉଁ ହୋଟେଲ ରେ ୨୦୨୩ ରେ ବିଶ୍ୱକପ ସମୟରେ ରହିଥିଲେ ସେଠାରେ ରହିବେ ନାହିଁ, ପୁରୁଣା ହୋଟେଲ ରେ ରହିଲେ ଖେଳାଳି ମାନଙ୍କ ଉପରେ ମାନସିକ ଚାପ ପଡିପାରେ , ସେଥିପାଇଁ ଖେଳାଳି ମାନେ କିପରି ନେଗେଟିଭିଟି ଠାରୁ ଦୂରରେ ରହିବେ ସେଥିପାଇଁ ହୋଟେଲ ପରିବର୍ତ୍ତନ କରାଯାଇଛି l

ମିଳିଥିବା ସୂଚନା ଅନୁସାରେ ଟିମ ଇଣ୍ଡିଆ ନରେନ୍ଦ୍ରମୋଦି ଷ୍ଟାଡିଅମ ରେ ନିଜର ନୟମିତ ଡ୍ରେସିଂ ରୁମ ପରିବର୍ତେ ବିପକ୍ଷ ଦଳର ଡ୍ରେସିଂ ରୁମ ବ୍ୟବହାର କରିପାରେ l କୁହାଯାଉଛି ଯେ ଡ୍ରେସିଂ ରୁମ ପରିବର୍ତ୍ତନ ଟିମ ମ୍ୟାନେଜମେଣ୍ଟ ର ଗୋଟିଏ ମନୋବିଜ୍ଞାନୀ ସନ୍ଦେଶ ଦେବାକୁ ଚାହୁଁଛନ୍ତି , ଯେଉଁଠି ଖେଳାଳି ଗୋଟିଏ ନୂଆ ଶକ୍ତି ନେଇ ମୈଦାନ କୁ ଓଲ୍ହାଇବେ l

୨୦୨୬ ଟି-20 ବିଶ୍ୱକପ ଜିତିବା ପାଇଁ ଟିମ ଇଣ୍ଡିଆ ପଡିଆରେ ଓ ପଡିଆ ବାହାରେ ସମସ୍ତେ ଚେଷ୍ଟା ଚଳାଇଛି, ଭାରତୀୟ କ୍ରିକେଟ ପ୍ରଶଂସକ ଙ୍କ ସହିତ ଖେଳାଳି ମାନେ ମଧ୍ୟ ମୁମ୍ବାଇ ରେ ସିଦ୍ଧି ବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ, କେବଳ ଏତିକି ନୁହେଁ ସେମିଫାଇନାଲ ପୂର୍ବରୁ ଭାରତୀୟ ଟିମ ୪୫ ମିନିଟ ପୂର୍ବରୁ ଆରମ୍ଭ କରି ଦେଇଥିଲା, କାହିଁକିନା ଚନ୍ଦ୍ର ଗ୍ରହଣର ଖରାପ ପ୍ରଭାବରୁ ମୁକ୍ତି ମିଳିବ l ବର୍ତମାନ ପିଚ ବଦଳି ଗଲା, ହୋଟେଲ ବଦଳିଲା, ଓ ଡ୍ରେସିଂ ରୁମ ମଧ୍ୟ ବଦଳିଗଲା , ଦେଖାଯାଉ ସୂର୍ଯ୍ୟ ସେନା  ସାମ -ଦାମ-ଦଣ୍ଡ-ଭେଦ ର ପ୍ରୟୋଗ କରି ସଫଳ ହେଉଛନ୍ତି ନା ନାହିଁ ?

Leave A Reply