Odisha news

ଶୀତଋତୁରେ ଗୋଇଠି ଫାଟୁଥିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ, ଯନ୍ତ୍ରଣା ହୋଇଯିବ ଦୂର

0

ଶୀତ ଋତୁ ଆସିବା ମାତ୍ରକେ କେବଳ ତ୍ୱଚା ନୁହେଁ ବରଂ ସମ୍ପୂର୍ଣ ଶରୀରରେ ତ୍ୱଚା ଶୁଷ୍କ ହୋଇଯାଏ l  ସେହିଭଳି ଶୀତଋତୁ ରେ ଲୋକଙ୍କ ଗୋଇଠି ଫାଟିବା ମଧ୍ୟ ସେହିଭଳି ଗୋଟିଏ ସମସ୍ୟା l ଯାହାକୁ ବିଶେଷ ଭାବରେ ବାଲି ମାଟିରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଘରୋଇ଼ମହିଳା ମାନେ ଭୋଗ କଟିଥାଆନ୍ତି l  ଯାହା ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ l  ଆସନ୍ତୁ ଆଜି ଜାଣିବା ଗୋଇଠି ଫାଟି ବାର ଘରୋଇ ଉପଚାର l

– ଯଦି ଆପଣ ନିଜର ଗୋଇଠି ଫାଟିବାରୁ ଆରାମ ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ସ୍କ୍ରବ କରିବା ଖୁବ ଜରୁରୀ l  ସେଥିପାଇଁ ଆପଣ ଚିନି, ମହୁ ଓ ଲେମ୍ବୁ ର ବ୍ୟବହାର କରିବା ଜରୁରୀ l  ସେଥିପାଇଁ ଆପଣ ଏହି ମିଶ୍ରଣ କୁ ପ୍ରୟୋଗ କରିବା ଦ୍ୱାରା ଡେଡ଼ ସେଲ୍ ବାହାରିଯାଇଥାଏ l

– ଫଟା ଗୋଇଠି ରୁ ଆରାମ ପାଇବାକୁ ଚାହୁଁଛନ୍ତି ତେବେ ଗୋଇଠି ରେ ଭେସଲିନ ମାଲିସ ନିୟମିତ କରନ୍ତୁ l  ଏହାଛଡା ଅଲିଭ ଅଏଲ ଓ ସୋରିଷ ତେଲ ସମାନ ପରିମାଣର ନେଇ ଉଷୁମ କରି ନିଅନ୍ତୁ l ଏହାପରେ ତାହାଲୁ ଶୋଇବା ପୂର୍ବରୁ ମାଲିସ କରନ୍ତୁ l ଯନ୍ତ୍ରଣା କମିବାରେ ସାହାଯ୍ୟ କରିବ l

– ଶୀତଋତୁ ରେ ଚାଉଳ ରେ ପ୍ରସ୍ତୁତ ଅଟା ଖୁବ ଉପଯୋଗୀ ଗୋଇଠି ଫାଟିବା ପାଇଁ l  ଦୁଇଚାମଚ ଚାଉଳ ଗୁଣ୍ଡ ନେଇ ସେଥିରେ ଏକ ଚାମଚ ମହୁ ମିଶାଇ ନିଅନ୍ତୁ l  ଏହାପରେ ଆପେଲ ସାଇଡ଼ର ଭିନେଗାର ମିଶାଇ କିଛି ସମୟ ରଖନ୍ତୁ l  ଏହାପରେ ଗୋଡ଼ ଗୋଇଠି ରେ ନଡ଼ିଆ ତେଲ ମାଲିସ କରି ଏହି ଲେପ କୁ ଲଗାଇ କିଛି ସମୟ ରଖନ୍ତୁ l ଶୁଖିଗଲା ପରେ ଉଷୁମ ପାଣିରେ ଭଲରେ ଧୋଇ ନିଅନ୍ତୁ l ଦେଖିବେ ଗୋଇଠି ନରମ ହେବା ସହ ଯନ୍ତ୍ରଣା ରୁ ଆରାମ ମିଳିବ l

– ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମପାଣି ରେ ଲେମ୍ବୁରସ ମିଶାଇ ପଦାକୁ ବୁଡାଇ ବସନ୍ତୁ l  ଏହାପରେ ପାଦ ଓ ଗୋଇଠି କୁ ଆସ୍ତେ ଆସ୍ତେ ଘଷି ସଫା କରି ନିଅନ୍ତୁ l ଏହାପରେ ନଡ଼ିଆ ତେଲ ଲଗାଇ ମାଲିସ କରି ସୂଅନ୍ତୁ l କିଛିଦିନ ପରେ ଗୋଇଠି ଠିକ ହୋଇଯିବ l

Leave A Reply