ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ଗ୍ରାମ ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ହଳଦିଆ ରଙ୍ଗର ବିରଳ କଇଁ ଚ ଉଦ୍ଧାର କରାଯାଇଛି । ପରେ ଏହା ଜଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ପ୍ରଦୀପ କୁମାର ସାହୁ ଜମିରେ କାମ କରୁଥିବା ବେଳେ ଏହି କଇଁଚଟିକୁ ଦେଖି ସମିତି ସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେଇଥିଲେ ଏବଂ ମନୋଜ ରାଉତ ବନ ବିଭାଗକୁ ଖବର ଦେଇଥିଲେ । ଏହି ବିରଳ ପ୍ରଜାତିର କଇଁଚ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା ।