Odisha news

ସିପିଏମର ପ୍ରତିବାଦ ଦିବସ

0

ପାଣିକୋଇଲି : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ଭୁବନେଶ୍ୱରପୁର ଆଂଚଳିକ କମିଟି ପକ୍ଷରୁ  ସାମ୍ୟଭବନ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯାଇଛି ।

ଗତ ଫେବୃଆରୀ ମାସରେ  ସିଏଏ ଓ  ଏନଆରସିକୁ ବିରୋଧ କରି ହୋଇଥିବା ଦିଲ୍ଲୀ ଦଙ୍ଗାରେ ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଦଙ୍ଗାକାରୀ ମାନଙ୍କୁ  ଛାଡି ସିପିଏମର  ମହାସଚିବ ସୀତାରାମ ୟେଚୁରୀ, ଜେଏନୟୁର ପୂର୍ବତନ ଅର୍ଥନିତୀ ଅଧ୍ୟାପକ ଡ. ଜୟତି ଘୋଷ, ସ୍ୱରାଜ ଇଣ୍ଡିଆର ସଭାପତି ଯୋଗେନ୍ଦ୍ର ଯାଜଦ, ଡକୁ୍ୟମେଂଟାରୀ ଫିଲ୍ମିମେକର  ରାହୁଲ ରାୟ ପ୍ରମୁଖଙ୍କ ନାମରେ ମିଥ୍ୟା ମକଦ୍ଦମା ଦାଖଲ କରାଯାଇଛି । ସର୍ବଭାରତୀୟ ସ୍ତରରେ ଡାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି ।

ତଦନୁଯାୟୀ ଆଂଚଳିକ କମିଟି ପକ୍ଷରୁ ମଧ୍ୟ ପ୍ରତିବାଦ ସହ ସମାଜିକ ଦୂରତା ରକ୍ଷା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଂଚଳିକ କମିଟିର ସମ୍ପାଦକ ସୁରେଶ ସାହୁଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା କିମଟି ପକ୍ଷରୁ ଗଣେଷ ସାହୁ, ଡା. ନିର୍ମଳ ରଥ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ଯେନା, ନରେନ୍ଦ୍ର ସାହୁ, ଅଭୟ ଓଝା, କିର୍ତନ ସାହୁ, ପ୍ରତୁ୍ୟଷ ସାହୁ. ବ୍ରହ୍ମାନନ୍ଦ ବାରିକ, ଅଶୋକ ସାହୁ,  ଅଲେଖ ଯେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

Leave A Reply