ବାଲେଶ୍ୱର-୨୧/୦୮ : ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ)ର ଜିଲ୍ଲା ସମ୍ମିଳନୀ ଚଳିତ ଅଗଷ୍ଟ ୨୭ ଓ ୨୮ ତାରିଖରେ ବାଲେଶ୍ୱର ସହରରେ ଅନୁଷ୍ଠିତ ହେବ । ରବିବାର ଦିନ ପୂର୍ବାହ୍ନରେ ଉଠାଜଳସେଚନ କର୍ମଚାରୀ ଭବନରେ ବରିଷ୍ଠ ବାମପନ୍ଥୀ ନେତା କୈଳାସଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇଦିନର ସମ୍ମିଳନୀର ବିଭିନ୍ନ ଅଧିବେଶନରେ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ଗ୍ରହଣ କରାଯିବ । ଖୋଲା ଅଧିବେଶନରେ ପାର୍ଟିର ରାଜ୍ୟ ସଂପାଦକ ଓ ଅନ୍ୟ ନେତୃତ୍ୱ ଯୋଗଦେବେ । ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଦେଶ ଓ ରାଜ୍ୟରେ ସାଂପ୍ରତିକ ସମସ୍ୟା ଓ ରାଜନୈତିକ ଦୃଶ୍ୟପଟ୍ଟରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ପାର୍ଟିର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ଅନାମ ପ୍ରସାଦ ବାରିକ, ଭାଗବତ ପ୍ରତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ନାୟକ, ପ୍ରଭାବତୀ ଦାସ, ସନ୍ତୋଷ ବିଶ୍ୱାଳ, ଯତିନ୍ ପାତ୍ର, ତପନ ସିଟ୍, ନିହାର ରଂଜନ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ