Odisha news

କୋଭିଡ ଭାଇରସ ଦ୍ୱାରା ୫୦ ପ୍ରତିଶତ ଲୋକଙ୍କର ମାନସିକ ରୋଗ ବୃଦ୍ଧି ପାଇଛି

0

କରୋନା ମହାମାରୀ ଦ୍ୱାରା ସାରା ବିଶ୍ୱ କ୍ଷତିଗ୍ରସ୍ତ ହୋଇଛି l ପ୍ରତ୍ୟେକ ଘରେ ଡେ଼ଲ୍ଟା ଓ ଅମ୍ୱିକ୍ରାନ ଭରିଏଣ୍ଟ ରୋଗୀଙ୍କୁ ଦେଖିବାକୁ ମିଳିଥିଲା l ୨ବର୍ଷ ପର୍ଯ୍ୟନ୍ତ ଲଗାତାର କରୋନା ମହାମାରୀ ଜାରି ରହିଥିଲା l କିନ୍ତୁ ସରକାର ଙ୍କ ପକ୍ଷରୁ ଟୀକ୍କା କରଣ କରାଯାଇ ଇମ୍ୟୁନ ସିଷ୍ଟମ କୁ ମଜବୁତ କରାଗଲା l ନିକଟରେ ଡାକ୍ତର ମାନଙ୍କର ପରୀକ୍ଷା ଦ୍ୱାରା ଜଣା ପଡିଥିଲା ଯେ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକ ମାନସିକ ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି l

– ଡିପ୍ରେସନ ଓ ଏଙ୍ଗଯାଇଟି ର ଶିକାର –
ଡାକ୍ତରଙ୍କ ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ଗତ ୩ବର୍ଷ ହେଲା କୋଭିଡ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୫୦ ପ୍ରତିଶତ ମାନସିକ ରୋଗୀ ରହିଛନ୍ତି l ୨୬ ପ୍ରତିଶତ ଏଭଳି ବ୍ୟକ୍ତି ମିଳିଛନ୍ତି ଯିଏ କି ଠିକ ରେ ଶୋଇ ପାରୁ ନାହାନ୍ତି l ଆଉ କିଛି ଲୋକ ଅବଶ୍ୟକତ ଠାରୁ ଅଧିକ ରାଗି ହୋଇ ଯାଇଛନ୍ତି l

– ୬୦ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି ଅଧିକ ପ୍ରଭାବିତ –
ଏହି ପରୀକ୍ଷାରେ ଦେଖିବାକୁ ମିଳିଛି ଯେ ୬୦ ରୁ ଉର୍ଧ ବୟସ ର ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଏଙ୍ଗଯାଇଟି ଦ୍ୱାରା ପ୍ରଭାବିତ l ଡାକ୍ତର ଙ୍କ ସୂଚନା ଅନୁସାରେ କୋଭିଡ କାରଣରୁ ଘରେ ଦୀର୍ଘ ଦିନ ବନ୍ଦ ହୋଇ ରହିଥିବା କାରଣରୁ ଲୋକଙ୍କ ମଧ୍ୟରେ ଏଭଳି ପ୍ରକାର ସ୍ଥିତି ଦେଖିବାକୁ ମିଳିଛି l

– ସର୍ଦି କାଶ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି –
ଡାକ୍ତରଙ୍କ ସୂଚନା ଅନୁସାରେ କୋଭିଡ ର କିଛିଦିନ ପରେ ଦେଖିବାକୁ ମିଳୁଛି ଯେ ଲୋକମାନେ ସର୍ଦି କାଶ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି l ଯାହା ତାଙ୍କୁ ଅଧିକ ଅଥୟ କରୁଛି l ଏହି ସମୟରେ ସହଜରେ ଔଷଧ ଦ୍ୱାରା ସର୍ଦି କାଶ ଦୂର ହେଉ ନାହିଁ l ଏହା ବର୍ତମାନ ର ଗୋଟିଏ ବଡ ବ୍ୟତିକ୍ରମ l

IEC 2 years
Leave A Reply